Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବଣ୍ଡା ଘାଟିରେ ରାଜ୍ୟପାଳ, ଆଣିଲେ ରାମ ମନ୍ଦିର ନିର୍ମାଣ ପାଇଁ ସୀତାକୁଣ୍ଡ ଜଳ

ମାଲକାନାଗିରି: ବଣ୍ଡା ଘାଟିରେ  ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଲାଲ।   ସ୍ୱତନ୍ତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରାଜ୍ୟପାଳ ମୁଦୁଲିପଡ଼ାରେ ଥିବା ସୀମା ସୁରକ୍ଷା ବଳ (ବିଏସଏଫ) କ୍ୟାମ୍ପରେ ହେଲିକ୍ୟାପ୍ଟରରେ ପହଞ୍ଚିଥିଲେ। ପରେ ସେଠାରୁ ସେ  କାରରେ ବଣ୍ଡା ଘାଟିର ସୀତା କୁଣ୍ଡ ପାଖକୁ ଯାଇଥିଲେ ।ସୀତା କୁଣ୍ଡରୁ ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିର ପାଇଁ ଜଳ ସଂଗ୍ରହ କରିଛନ୍ତି । ତା ପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସୀତା କୁଣ୍ଡରୁ ଜଳ ସଂଗ୍ରହ କରିବା ପରେ ବଣ୍ଡା ମହିଳାଙ୍କ ନାଚ ଗୀତର ତାଳେ ତାଳେ ରାଜ୍ୟପାଳଙ୍କୁ ସେଠାରେ ଥିବା ରାମ ମନ୍ଦିରକୁ ପାଛୋଟି ନିଆ ଯାଇଥିଲା। ସେଠାରୁ ରାଜ୍ୟପାଳ ଯାଇ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ କବି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବଣ୍ଡା ଜନଜାତିର ମୁଖ୍ୟ ସୁରେନ୍ଦ୍ର ନାଏକଙ୍କୁ ମଞ୍ଚ ଉପରେ ସମ୍ମାନିତ କରିଥିଲେ। ଏହା ପରେ ରାଷ୍ଟ୍ରୀୟ କବି ସମ୍ମିଳନୀର ଅଧ୍ୟକ୍ଷ ଜଗଦୀଶ ମିତ୍ତଲ ରାଜ୍ୟପାଳଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ବଣ୍ଡା ଜନଜାତିର ବିକାଶ ପାଇଁ ରାଜ୍ୟପାଳ ତାଙ୍କ ନିଜସ୍ୱ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହ ତାଙ୍କୁ ପାଛୋଟି ନେଉଥିବା ବଣ୍ଡା ମହିଳାମାନଙ୍କ ପାଇଁ ଆଉ ୧ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ସେ ଘୋଷଣା କରିଛନ୍ତି। ଯାହାକୁ ନେଇ ବଣ୍ଡା ଘାଟିରେ ଖୁସିର ଲହରୀ ଖେଳିଯାଇଛି।

ମାଓ ସମସ୍ୟା ଯୋଗୁ ଦୀର୍ଘ  ଦିନ ଧରି କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ବଣ୍ଡା ଘାଟିକୁ ଯାଇ ନଥିଲେ।  ବଣ୍ଡା ଘାଟିରେ ଦୁଇଟି ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଆଜି ପ୍ରଥମ ଥର ପାଇଁ ରାଜ୍ୟପାଳ  ବଣ୍ଡା ଘାଟିକୁ ଗସ୍ତ କରିଛନ୍ତି । ରାଜ୍ୟପାଳଙ୍କ ଗସ୍ତ ସମୟରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏବେ ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିର ପାଇଁ ଦେଶର ଯେଉଁ ସ୍ଥାନରେ ଶ୍ରୀରାମଙ୍କ ପାଦ ପଡ଼ିଥିଲା ସେହି ସ୍ଥାନରୁ ଜଳ ସଂଗ୍ରହ କରାଯାଉଛି। ଏହି କ୍ରମରେ ଏଠାରେ ଥିବା ସୀତା କୁଣ୍ଡରେ ଶ୍ରୀରାମଙ୍କ ବନବାସ ସମୟରେ ସୀତା ଗାଧୋଇଥିଲେ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଏହି ସୀତା କୁଣ୍ଡରୁ ରାଜ୍ୟପାଳ ଗଣେଶୀ ଲାଲ ଜଳ ସଂଗ୍ରହ କରିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...