Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ହୋଲିର ରଙ୍ଗରେ ସମ୍ପର୍କ ଯୋଡିଲେ ସୁଲୋଚନା

ଭୁବନେଶ୍ଵର : ରଙ୍ଗର ପର୍ବ ହୋଲିରେ ବାହାରକୁ ପ୍ରଚାରକୁ ନଯାଇ ବାସ ଭବନଠାରେ ଶୁଭେଚ୍ଛୁ ଓ ସମର୍ଥକ ମାନଙ୍କ ଗହଣରେ କିଛି ସମୟ ଖୁସି ବାଣ୍ଟିଥିଲେ ବିଜେଡିର ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ଶ୍ରୀମତୀ ସୁଲୋଚନା ଦାସ । ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଲୋକମାନଙ୍କର ଧାଡ଼ି ଲାଗିଥିଲା । ବୁଦ୍ଧିଜୀବି, ନେତା, କର୍ମୀ ଓ ସମର୍ଥକ ମାନେ ଆସି ଶୁଭେଚ୍ଛା ଜଣେଇବା ସହ ସମର୍ଥନ ଜଣାଇଥିଲେ ।

ଅପରାହ୍ନ ପ୍ରାୟ ୩ଟା ବେଳେ ୱାର୍ଡ ନମ୍ୱର 39ସ୍ଥିତ ବାଲୁଙ୍କେଶ୍ବର ମନ୍ଦିର ପାଖରୁ ଶାସ୍ତ୍ରୀ ନଗର ସ୍ଥିତ ହନୁମାନ ମନ୍ଦିର ଯାଏ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ସମର୍ଥକ ମାନଙ୍କୁ ଭେଟିଥିଲେ ଶ୍ରୀମତୀ ଦାସ । ଏହି ଶୋଭଯାତ୍ରାରେ ବିଜେଡି କର୍ମୀଙ୍କ ସହ ସ୍ଥାନୀୟ ଜନତା, ସମର୍ଥକ, ସ୍ଥାନୀୟ ଯୁବକ ସଙ୍ଘର କର୍ମକର୍ତ୍ତା ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ତା’ପରେ ଶୋଭାଯାତ୍ରା 30 ନମ୍ୱର ୱାର୍ଡ ସ୍ଥିତ ରୂପାଲି ଛକ ଦୁର୍ଗା ମଣ୍ଡପ ଦେଇ ମହର୍ଷି କଲେଜ ପାଖରେ ପହଞ୍ଚିଥିଲା । ପ୍ରତି ସାହି, ଗଳି ଓ ଛକ ଜାଗାରେ ସ୍ଥାନୀୟ ମହିଳା, ପୁରୁଷ ଓ ଗୁରୁଜନ ମାନେ ଶ୍ରୀମତୀ ଦାସଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରତିବଦଳରେ ଶ୍ରୀମତୀ ଦାସ ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇବାକୁ ଭୁଲିନଥିଲେ ।

ଏହାପରେ 34 ନମ୍ୱର ୱାର୍ଡସ୍ଥିତ ଶାନ୍ତିପଲ୍ଲୀ ବସ୍ତି ଦେଇ ଶୋଭାଯାତ୍ରା ଆଗକୁ ବଢିଥିଲା । ଶୋଭାଯାତ୍ରା ପ୍ରେସ କଲୋନୀ ଦେଇ ଶ୍ରୀୟା ଟକିଜ୍ ଛକଠାରେ ପହଞ୍ଚିଥିଲା । ଶୋଭାଯାତ୍ରାର ଆରମ୍ଭରୁ ଶେଷ ଯାଏଁ ଏଥିରେ ଯୋଗ ଦେଇଥିବା ଲୋକ ମାନଙ୍କ ଭିତରେ ହୋଲିର ଉତ୍ସାହ ଓ ଆନନ୍ଦ ବାରି ହୋଇ ପଡୁଥିଲା । ତା’ରି ଭିତରେ ଜନତାଙ୍କର ଲୋକପ୍ରିୟ ନେତା ଶ୍ରୀମତୀ ଦାସଙ୍କୁ ସେମାନଙ୍କ ଗହଣରେ ପାଇ ଲୋକମାନଙ୍କର ଉତ୍ସାହ ଓ ଆନନ୍ଦ ଦ୍ୱିଗୁଣିତ ହେବାର ଦେଖା ଯାଇଥିଲା । ଅପରାହ୍ନରୁ ସନ୍ଧ୍ୟା ଯାଏଁ ଚାଲିଥିବା ଏହି ଶୋଭାଯାତ୍ରାରେ ସମର୍ଥକ ମାନଙ୍କର ସକ୍ରିୟ ଅଂଶ ଗ୍ରହଣରେ ବେଶ୍ ଆକର୍ଷକ ଲାଗୁଥିଲା ।

ସନ୍ଧ୍ୟା ସମୟରେ ୪୧ ନମ୍ୱର ୱାର୍ଡ ସ୍ଥିତ କେଦାରପଲ୍ଲୀ ଠାରେ ଶୋଭାଯାତ୍ରାଟି ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା । ହୋଲି ଅବସରରେ ନିଜ ସମର୍ଥକ ମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଶ୍ରୀମତୀ ଦାସ କହିଥିଲେ ” ଶାନ୍ତି, ମୈତ୍ରୀ ଓ ଭାଇଚାରାର ପର୍ବରେ ଆପଣମାନଙ୍କ ସହ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଯେଉଁ ସୁଯୋଗ ମୋତେ ମିଳିଛି ସେଥିପାଇଁ ମୁଁ ବେଶ୍ ଆନନ୍ଦିତ । ଏଥିପାଇଁ ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ମୁଁ ବିଶେଷ ଭାବେ କୃତଜ୍ଞ । ଏହି ସୁଯୋଗ କାରଣରୁ ଏ ବର୍ଷର ହୋଲି ମୋର ଚିର ସ୍ମରଣୀୟ ହୋଇରହିବ ” ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...