Connect with us

Hi, what are you looking for?

ଜାତୀୟ

ହୋମ ଆଇସୋଲେସନ ନେଇ ବଦଳିଲା କରୋନା ଗାଇଡ଼ ଲାଇନ, ଦେଖନ୍ତୁ କେତେ ଦିନ ରହିବ

ନୂଆଦିଲ୍ଲୀ: କରୋନା ପଜିଟିଭ୍ ଚିହ୍ନଟ ହେଲେ ସାତ ଦିନ ହୋମ ଆଇସୋଲେସନରେ ରହିବେ ସଂକ୍ରମିତ। ଯଦି କୌଣସି ଲକ୍ଷଣ ଦେଖା ଯାଉ ନାହିଁ ତେବେ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ।  କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ହୋମ୍ ଆଇସୋଲେସନ ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ, ସାମାନ୍ୟ ଲକ୍ଷଣ ଏବଂ ଲକ୍ଷଣ ନଥିବା ବ୍ୟକ୍ତି ଡାକ୍ତରଙ୍କ ପରୀକ୍ଷାନିରୀକ୍ଷା ପରେ ହୋମ ଆଇସୋଲେସନରେ ରହି ପାରିବେ। ୬୦ରୁ ଉର୍ଦ୍ଧ୍ଵ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ  ହୋମ୍ ଆଇସୋଲେସନରେ ରହି ପାରିବେ। ଟେଷ୍ଟ  ପଜିଟିଭ୍ ଆସିବାର ୭ ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନରେ ରହି ପାରିବେ। ୭ ଦିନ ଲଗାତାର ୩ ଦିନ ଜ୍ଵର ନଆସିଲେ ହୋମଆଇସୋଲେସନ ଅବଧି ସରିବ। ୭ ଦିନ ଭିତରେ ୩ ଦିନ ଜ୍ଵର ନଆସିଲେ ୭ ଦିନ ପରେ ରି-ଟେଷ୍ଟ ଅନାବଶ୍ୟକ। ଲକ୍ଷଣହୀନଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆଦୌ ଟେଷ୍ଟ କରିବାର ଦରକାର ନାହିଁ।

ସୂଚନାଯୋଗ୍ୟ, କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଦେଶରେ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏହାର ପ୍ରଭାବ ଦ୍ଵିତୀୟ ଲହର ତୂଳନାରେ କମ୍ ରହିଛି। ଓମିକ୍ରନ ଡେଲ୍‌ଟା ତୂଳନାରେ ସେତେଟା ପ୍ରଭାବଶାଳୀ ନଥିବା ବିଶେଷଜ୍ଞ କହିଛନ୍ତି। ତେଣୁ ସମ୍ଭାବ୍ୟ ତୃତୀୟ ଲହରରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଲେ ମଧ୍ୟ ଅଧିକାଂଶ ଆକ୍ରାନ୍ତଙ୍କୁ ହସ୍ପିଟାଲ ଆସିବାକୁ ପଡୁନାହିଁ। ଅର୍ଥାତ ଘରେ ରହି ଉପଚାର କରି ସଂକ୍ରମିତ ନିଜେ ସୁସ୍ଥ ହୋଇ ପାରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ହୋମ ଆଇସୋଲେସନ ପାଇଁ ଉପରୋକ୍ତ ମାର୍ଗଦର୍ଶିକା ଜାରି କରିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...