Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

୬ ଆଇଏଏସ ଅଫିସରଙ୍କୁ ପଦୋନ୍ନତିକୁ ନେଇ ଉଠିଲା ପ୍ରଶ୍ନ, ନିୟମ ବିରୋଧରେ ମୁଖ୍ୟଶାସନ ସଚିବ ପାହ୍ୟାରେ ରହିଲେ ୧୪ ଆଇଏଏସ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ୬ ଆଇଏଏସ ଅଫିସର ଙ୍କୁ ପଦୋନ୍ନତି ଦେଇଛନ୍ତି । ୧୯୯୧ ବ୍ୟାଚର ୪ ଆଇଏଏସ ଅଫିସର ଅନୁ ଗରଗ, ସତ୍ୟବ୍ରତ ସାହୁ, ମଧୁସୁଦନ ପାଢ଼ୀ ଏବଂ ଭିଜୟ ଆରୋରାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାଙ୍କୁ ପଦୋନ୍ନତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏବେ ରାଜ୍ୟରେ ମୁଖ୍ୟଶାସନ ସଚିବ ପାହ୍ୟାର ଏହି ୪ ଜଣ ଆଇଏଏସ ଅଫିସରଙ୍କୁ ମିଶାଇ 14 ଜଣ ଅଛନ୍ତି। ପୂର୍ବରୁ ୧୦ ଜଣ ଆଇଏଏସ ଅଫିସର ଥିଲେ। ଏମାନେ ହେଲେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପ୍ରଦୀପ୍ତ ମହାପାତ୍ର, ଜିଭିଭି ଶର୍ମା, ସି ଜେ ଭେନୁ ଗୋପାଳ, ଏସ ପି ଠାକୁର , ଆର କେ ଶର୍ମା, ସଂଜୀବ ଚୋପ୍ରା, ପ୍ରଦୀପ ଜେନା, ମୋନା ଶର୍ମା ଏବଂ ପରାଗ ଗୁପ୍ତା।

ଆଇ ଏ ଏସ କ୍ୟାଡ଼ର ରୂଲ ଅନୁଯାୟୀ କ୍ୟାଡ଼ରର ପୋଷ୍ଟ 4 ଓ ଅଣକ୍ୟାଡ଼ର ପୋଷ୍ଟ 4 ଟିକୁ ମିଶାଇ ମୋଟ 8 ଟି ମୁଖ୍ୟ ଶାସନ ସଚିବ ପୋଷ୍ଟ ସୃଷ୍ଟି କରାଯାଇପାରିବ। କିନ୍ତୁ ବର୍ତ୍ତମାନ ୧୯୯୧ ବ୍ୟାଚର ପଦୋନ୍ନତି ପାଇଥିବା ଏହି ୪ ଜଣ ଆଇ ଏ ଏସ ଅଫିସରଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରାଯାଇ ପଦୋନ୍ନତି ଦିଆଯାଇଛି। ଏହି 4 ଜଣଙ୍କୁ ମିଶାଇ ମୁଖ୍ୟଶାସନ ସଚିବ ପାହ୍ୟାର 14 ଜଣ ଆଇଏଏସ ଅଫିସର ଅଛନ୍ତି। ଯାହା କି ଯାହାକି ନିୟମ ବିରୋଧ। ପୋଷ୍ଟ ନଥିବା ବେଳେ 4ଟି ପୋଷ୍ଟ ସୃଷ୍ଟି କରାଯାଇ କାହିଁକି ପଦୋନ୍ନତି ଦିଆ ଗଲା ବୁଝାପଡୁନାହିଁ। ଏପରିକି ରାଜ୍ୟ ରାଜକୋଷ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ । କାରଣ ପଦୋନ୍ନତି ଦ୍ୱାରା ଏବେ ମୂଳ ଦରମା ୨ଲକ୍ଷ ୨୫ ହଜାର ହେବ। ରାଜ୍ୟ ସରକାର ମଧ୍ୟ ଏହି ନିଜ ରାଜକୋଷରୁ ବହନ କରିବେ। କରୋନା ସମୟରେ ଆର୍ଥିକ ସଙ୍କଟ ଦେଖଦେଇଥିବା ବେଳେ ଫୁଣି ସରକାର ଉପରେ ପଡିବ ଆର୍ଥିକ ବୋଝ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...