Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମାଡି ଆସୁଛି ବିପଦ, ଓମିକ୍ରନ ପରେ ଆଇଏଚୟୁ ଆତଙ୍କ

ଭୁବନେଶ୍ୱର: ଓମିକ୍ରନର ପ୍ରକୋପ ନଥମୁଣୁ ଏବେ କରୋନାର ଆଉ ଏକ ନୂତନ ଭାରିଆଣ୍ଟ ସାମ୍ନାକୁ ଆସିଛି। ଏହି ନୂତନ ଭାରିଆଣ୍ଟର ନାମ ଆଇଏଚୟୁ। IHU ଏମିତି ସମୟରେ ଚିହ୍ନଟ ହୋଇଛି, ଯେତେବେଳେ କି ଓମିକ୍ରନ ନିଜର କାୟା ମେଲାଇ ଚାଲିଛି। ଫ୍ରାନ୍ସରେ ଚିହ୍ନଟ ହୋଇଛି କରୋନାର ନୂତନ ଭାରିଆଣ୍ଟ IHU । ସମଗ୍ର ଦୁନିଆରେ ପୁଣି ଥରେ ଚହଳ ପଡି ଯାଇଛି। ବର୍ତ୍ତମାନ କରୋନାର ଆଉ ଏକ ନୂତନ ଭାରିଆଣ୍ଟ ଓମିକ୍ରନର ପ୍ରକୋପ ଥମି ନାହିଁ। ବୈଜ୍ଞାନିକମାନେ ଏବେ ମଧ୍ୟ ଓମିକ୍ରନର ବ୍ୟବହାର, ପ୍ରକୃତି ଏବଂ ସଂକ୍ରମଣର କ୍ଷମତା ଉପରେ ଗବେଷଣା ଚଳାଇଛନ୍ତି। ଓମିକ୍ରନ ଭାରିଆଣ୍ଟରେ ୩୨ ମ୍ୟୁଟେସନ ରହିଛି। ତେଣୁ ଏହା ପୂର୍ବ ଭାରିଆଣ୍ଟ ତୂଳନାରେ ଅଧିକ ସଂକ୍ରାମକ ଏବଂ ବିପଦଜ୍ଜନକ ରହିଛି। ତେବେ ଏହା ଜଣା ପଡିନାହିଁ ଯେ, ବର୍ତ୍ତମାନର ଭ୍ୟାକ୍ସିନ ଓମିକ୍ରନ ବିରୋଧରେ କେତେ ପ୍ରଭାବଶାଳୀ।

ମାତ୍ର ଏବେ ନୂତନ ଷ୍ଟ୍ରେନ ଭାଇରସ୍‌କୁ ଆହୁରି ଶକ୍ତିଶାଳୀ କରିବା ସହ ଏହାର ପ୍ରକୃତିକୁ ଜାଣିବାରେ ଅନ୍ତରାୟ ସୃଷ୍ଟି କରିଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ନୂତନ ଷ୍ଟ୍ରେନ୍ ଆଇଏଚୟୁ B.1.640.2 ଭାରିଆଣ୍ଟରେ ୪୬ ମ୍ୟୁଟେସନ ରହିଛି। IHU ସର୍ବ ପ୍ରଥମେ ଡିସେମ୍ବର ୧୦ରେ ଫ୍ରାନ୍ସରୁ ଚିହ୍ନଟ ହୋଇଥିଲା ଏବଂ ତେବେଠୁ ବୈଜ୍ଞାନିକ ଏହା ଉପରେ ଗବେଷଣା ଚଳାଇଛନ୍ତି।

ଏହି ଭାରିଆଣ୍ଟକୁ ଆଫ୍ରିକାର ଏକ ଦେଶ କ୍ୟାମେରୁନ ଯାତ୍ରା ସହ ଯୋଡା ଯାଇଥିଲା। ନଭେମ୍ବର ୨୪ରେ ଆଫ୍ରିକାର ଦକ୍ଷିଣ ଭାଗରେ ହିଁ ଓମିକ୍ରନର ସନ୍ଧାନ ମିଳିଥିଲା, ଯାହା ଅଳ୍ପ ସମୟରେ ପୂରା ଦୁନିଆକୁ ବ୍ୟାପି ଯାଇଛି। ଡିସେମ୍ବର ଆରମ୍ଭରେ ଫ୍ରାନ୍ସର ମାର୍ସିଲେ ନିକଟରେ ନୂତନ ଭାରିଆଣ୍ଟ IHUରେ ଅତି କମରେ ୧୨ କେସ୍ ଚିହ୍ନଟ ହୋଇଥିଲେ। କୁହାଯାଉଛି କ୍ୟାମେରୁନରୁ ଫେରିଥିବା ଯାତ୍ରୀ ହିଁ ଏହି ଭାଇରସ୍‌ରେ ସଂକ୍ରମିତ ଥିଲେ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like