Connect with us

Hi, what are you looking for?

ଜାତୀୟ

ଆସିଲା ଖୁସି ଖବର, ବୁକ କରିବାର ଦୁଇ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ: ଆସିଲା ଖୁସି ଖବର। ଏଣିକି ଗ୍ୟାସ ସିଲିଣ୍ଡର ସରିଲେ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । କେବଳ ଦୁଇ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର । ସରକାରୀ ଅଏଲ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ(ଆଇଓସିଏଲ) ଏହା ଘୋଷଣା କରିଛି। ଇଣ୍ଡିଆନ ଅଏଲର ତତ୍କାଳ ଏଲପିଜି ସେବା ମାଧ୍ୟମରେ ଗ୍ରାହକଙ୍କୁ ମାତ୍ର ଦୁଇ ଘଣ୍ଟାରେ ଗ୍ୟାସ ସିଲିଣ୍ଡର ପହଞ୍ଚାଇବ । ଯେଉଁ ଦିନ ଗ୍ରାହକ ଗ୍ୟାସ ସିଲିଣ୍ଡର ପାଇଁ ବୁକ୍ କରିବେ ସେହିଦିନ ଗ୍ୟାସ ସିଲିଣ୍ଡର ମିଳିଯିବ । ଟ୍ୱିଟ କରି ଏହି ସୂଚନା ଦେଇଛି ଇଣ୍ଡିଆନ ଅଏଲ।  

ଆଇଓସିଏଲ ଟ୍ୱିଟ କରି କହିଛି, ଇଣ୍ଡଷ୍ଟ୍ରୀରେ ପ୍ରଥମ, ଇଣ୍ଡିଆନ ଅଏଲର ଇଣ୍ଡିଆନ ତତ୍କାଳ ସେବା ବୁକିଂର ମାତ୍ର ଦୁଇ ଘଣ୍ଟା ଭିତରେ ଏଲପିଜି ପହଞ୍ଚାଇବାର ଆଶ୍ୱାସନା ଦେଉଛି । IVRS, ଇଣ୍ଡିଆନ ଅଏଲ ୱେବସାଇଟ୍ କିମ୍ୱା ଇଣ୍ଡିଆନ ଅଏଲ ୱାନ୍ ଆପ ମଧ୍ୟରେ ଅଳ୍ପ ପ୍ରିମିୟମରେ ସେବାର ଲାଭ ଉଠାଇ ପାରିବେ। ବର୍ତ୍ତମାନ ଏହି ସେବା ହାଇଦ୍ରାବାଦର କିଛି ନିର୍ଦ୍ଦିଷ୍ଟ ବିତରକଙ୍କ ପାଖରେ ଉପଲବ୍ଧ ରହିଛି। ଗତ ବର୍ଷ ଇଣ୍ଡିଆନ ଅଏଲ ପକ୍ଷରୁ ରିଫିଲିଂ ବୁକିଂ ପାଇଁ ମିସଡ୍ କଲ ସୁବିଧା ଆରମ୍ଭ ହୋଇଥିଲା ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...