ଭୁବନେଶ୍ୱର:କୋଭିଡ୍ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇଛନ୍ତି ଜାପାନର ନାଗରିକ ପି.ଟାକାହାରା କେଞ୍ଜି । କୋଭିଡ ସଂକ୍ରମିତ ହୋଇ ଶ୍ରୀ କେଞ୍ଜି ଗତ ଜୁନ୍ ୧୯ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ । ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗତ ମଙ୍ଗଳବାର ଦିନ ସେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ।
ତାଙ୍କର ଜ୍ୱର ସହିତ ଥଣ୍ଡା ଓ କାଶ ଜନିତ ସମସ୍ୟା ରହିଥିଲା । ତେବେ ସମସ୍ତ ପ୍ରକାର ଚିକିତ୍ସା ଗ୍ରହଣ କରି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ବେଳେ ଜାପାନ୍ର ଏହି ନାଗରିକ ଜଣକ କୋଭିଡ ସଂକ୍ରମିତ ହୋଇଥିଲେ । ତେବେ ସମ୍ କୋଭିଡ ହସ୍ପିଟାଲ୍ର ଉତମ ଚିକିତ୍ସା ଓ ସେବା ସୁଶୃଷା ଫଳରେ ସେ ସୁସ୍ଥ ହୋଇପାରିଛନ୍ତି ଓ ଡାକ୍ତର ଏବଂ ନର୍ସମାନଙ୍କର ସେବା ନିମନ୍ତେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
You May Also Like
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...
ବିଜିନେସ
ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...
ଅପରାଧ
କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...