Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ମେଡିକାଲ କଲେଜ ଓ େୱଲ୍‌ନେସ୍‌ ସେଣ୍ଟର ସଂପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:  ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମାଙ୍କ ଉପସ୍ଥିତରେ ଝାରସୁଗୁଡ଼ାଠାରେ ପ୍ରସ୍ତାବିତ ୧୦୦ ଆସନ ବିଶିଷ୍ଟ ଶ୍ରୀ ଶ୍ରୀ ରବିଶଙ୍କର ମେଡିକାଲ କଲେଜ ଓ େୱଲ୍‌ନେସ୍‌ କ୍ୟାମ୍ପସ୍‌ ପ୍ରତିଷ୍ଠା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠା ହେବାକୁ ଥିବା ଏହି ମେଡିକାଲ କଲେଜ ପାଇଁ ଖୁବ୍‌ଶୀଘ୍ର ବିସ୍ତୃତ
ପ୍ରକଳ୍ପ ବିବରଣୀ (ଡିପିଆର୍‌) ଉପସ୍ଥାପନ କରାଯିବ । ପରବର୍ତ୍ତୀ ସମୟରେ ଡିଏମ୍‌ଇଟିଙ୍କ ଅନୁମୋଦନ ପରେ ସରକାରୀ ସ୍ତରରେ ଏଥି ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ । ପ୍ରାୟ ୫୦ ଏକର ଜମିରେ ପ୍ରସ୍ତାବିତ େୱଲ୍‌ନେସ୍‌ ସେଣ୍ଟର ମଧ୍ୟରେ ଆୟୁର୍ବେଦ, ନେଚୁରୋପାଥି, ଯୋଗ, ପଞ୍ଚକର୍ମ ଓ ମାନସିକ ସ୍ୱାସ୍ଥ୍ୟ ଭଳି ବିଭିନ୍ନ ସୁବିଧା ରହିବ । ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଏଭଳି ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ।
ବୈଠକର ଆଲୋଚନା ଅନୁସାରେ ମେଡିକାଲ କଲେଜ ଓ େୱଲ୍‌ନେସ୍‌ ସେଣ୍ଟର ଅଲଗା ସ୍ଥାନରେ ନିର୍ମାଣ କରାଯିବ । ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜରେ କ୍ଲିନିକାଲ ସୁବିଧା ସହ ଏଠାରେ ଡାକ୍ତରୀ ପାଠ ପଢ଼ିବାକୁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ପାଠ୍ୟକ୍ରମର ବ୍ୟବସ୍ଥା ରହିବ ।
ଏହି ବୈଠକରେ ଡିଏମ୍‌ଇଟି, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ଆୟୁଷ ନିର୍ଦ୍ଦେଶକ ଉପସ୍ଥିତ ଥିବାବେଳେ ପ୍ରସ୍ତାବିତ ମେଡିକାଲ କଲେଜ ପକ୍ଷରୁ ଅଶୋକ ଗାନ୍ଧୀ, ପୱନ୍‌ ସୁଲତାନିଆଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ବୈଠକରେ ଅଂଶଗ୍ରହଣ କରିଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...