Connect with us

Hi, what are you looking for?

Uncategorized

ଦ୍ବିତୀୟ ଥର ଭାବେ ଶପଥ ନେଲେ ଯୋଗୀ, ଆରମ୍ଭ ହେଲେ ଯୋଗୀରାଜ 2.0

ଉତ୍ତରପ୍ରଦେଶ:  ଉତ୍ତରପ୍ରଦେଶର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଆଦିତ୍ୟନାଥ ଯୋଗୀ  । ପୁଣି ୟୁପିରେ ଆରମ୍ଭ ହେଲା ଯୋଗୀ ରାଜ 2.0।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପ୍ରାୟ ୫୦ ହଜାର ଅତିଥିଙ୍କ ଉପସ୍ଥିତିରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଶପଥ ଗ୍ରହଣ କରିଛନ୍ତି। ଏଥିସହ ଯୋଗୀ କ୍ରମାଗତ ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି।ଉତ୍ତର ପ୍ରଦେଶରେ ଗତ ୩୭ ବର୍ଷରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ଯୋଗୀ ଆଦିତ୍ୟନାଥ ପ୍ରଥମ ମୁଖ୍ୟମନ୍ତ୍ରୀ। ଯୋଗୀଙ୍କ ପୂର୍ବରୁ କଂଗ୍ରେସର ନାରାୟଣ ଦତ୍ତ ତିଓ୍ଵାରୀ ୧୯୮୫ରେ ଏହି ସଫଳତା ହାସଲ କରିଥିଲେ। ସେ ଅବିଭାଜିତ ୟୁପିର ମୁଖ୍ୟମନ୍ତ୍ରୀ ଥିଲେ ଏବଂ କ୍ରମାଗତ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ପରେ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ କ୍ରମାଗତ ଦ୍ଵିତୀୟ ଥର କ୍ଷମତାକୁ ଫେରିବାରେ ସଫଳ ହୋଇନଥିଲେ।

ଏନଡି ତିଓ୍ଵାରୀଙ୍କ ପୂର୍ବରୁ ତିନି ଅନ୍ୟ ମୁଖ୍ୟମନ୍ତ୍ରୀ କ୍ଷମତାକୁ ଫେରିବାରେ ସଫଳ ହୋଇଥିଲେ। ୧୯୫୭ରେ ସଂପୂର୍ଣ୍ଣାନନ୍ଦ, ୧୯୬୨ରେ ଚନ୍ଦ୍ରଭାନୁ ଗୁପ୍ତା ଏବଂ ୧୯୭୪ରେ ହେମବତୀ ନନ୍ଦନ ବହୁଗୁଣା ଲଗାତାର ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ। ଯୋଗୀ ୟୁପିର ପଞ୍ଚମ ମୁଖ୍ୟମନ୍ତ୍ରୀ ଯିଏ କ୍ରମାଗତ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ପୂର୍ବରୁ କଲ୍ୟାଣ ସିଂହ, ରାମ ପ୍ରକାଶ ଗୁପ୍ତା ଏବଂ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି। ମାତ୍ର ଏମାନଙ୍କ ମଧ୍ୟରୁ କେହି ମଧ୍ୟ ଦ୍ଵିତୀୟ ଥର କ୍ଷମତା ହାସଲ କରି ପାରି ନାହାନ୍ତି। ଯୋଗୀ ୟୁପିରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଲଗାତାର ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଉତ୍ତର ପ୍ରଦେଶରେ ୧୫ ବର୍ଷ ପରେ ବିଧାନସଭାର କୌଣସି ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ କାର୍ଯ୍ୟକାଳରେ ଯେବେ ଯୋଗୀ ମୁଖ୍ୟମନ୍ତ୍ରୀ ହେଲେ ସେହି ସମୟରେ ସେ ଲୋକସଭାର ସାଂସଦ ଥିଲେ। ଲୋକସଭା ସଦସ୍ୟତା ଛାଡିବା ପରେ ସେ ବିଧାନ ପରିଷଦରୁ ନିର୍ବାଚିତ ହୋଇଥିଲେ। ଯୋଗୀଙ୍କ ପୂର୍ବରୁ ଅଖିଳେଶ ଯାଦବ ଏବଂ ମାୟାବତୀ ମଧ୍ୟ ବିଧାନ ପରିଷଦର ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like