Connect with us

Hi, what are you looking for?

ଅନ୍ଯାନ୍ଯ

ସତ୍ୟବାଦୀ ବିଜେଡିର ମିଶ୍ରଣ ପର୍ବ: ପୁରୀ ହଲିଡ଼େ ରେସୋର୍ଟଠାରେ ବିଶାଳ ପର୍ବ

ସତ୍ୟବାଦୀ: ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ), ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁରୀ ହଲିଡ଼େ ରେସୋର୍ଟ ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଲକ ବିଜେପି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ୩୧ନଂ ଜୋନ ଜାନକୀ ବରାଳ, ଜୟପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ବିଶ୍ୱଜିତ ମହାପାତ୍ର, ବିଜୟ ମହାନ୍ତି ପୂର୍ବତନ ସରପଞ୍ଚ ସୁକଳ, ସାବିତ୍ରୀ ବରାଳ ପୂର୍ବତନ ସମିତି ସଭ୍ୟ ମଧୁବନ, ପୂର୍ବତନ ସମିତି ସଭ୍ୟ ମଧୁବନ ପ୍ରମୋଦ କୁମାର ବରାଳ, ଆଶିଷ କୁମାର ସତପଥି ଯୁବ ନେତା ଜୟପୁର ପଞ୍ଚାୟତ, ଅର୍ଜୁନ କୁମାର ମହାପାତ୍ର ନରେନ୍ଦ୍ର ପୁର ପଞ୍ଚାୟତ ବିଜେପି ନେତା, ରାଜକିଶୋର ମହାପାତ୍ର ସୁକଳ ପଞ୍ଚାୟତ ବିଜେପି ନେତା, ସୁନିଲ ମିଶ୍ର ନୂଆ ସୋମେଶ୍ୱର ପୁର ବିଜେପି ନେତା, କଣାସ ବ୍ଲକ ଗଡ଼ବଡ଼ପୁଟ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଦିଲିପ ପଲେଇ, ଗଡ଼ବଡ଼ପୁଟ ପଞ୍ଚାୟତ ପୂର୍ବତନ କଂଗ୍ରେସ ସଭାପତି ରାଜକିଶୋର ପରିଡ଼ା, କୃଷ୍ଣମୋହନ ଛୋଟରାୟ ପୂର୍ବତନ କଂଗ୍ରେସ ସଭାପତି, ଅଭିଷେକ ମହାନ୍ତି, ସମ୍ପଦ ସାମନ୍ତରାୟ, ସୁନିଲ କୁମାର ସାହୁ, ବୁଲୁ ସାହୁ, ନାଗାର୍ଜୁନ ସେନାପତି, ଦୁଃସାଶନ ମାଝୀ, କଣାସ ପଞ୍ଚାୟତ ବିଜେପି ବରିଷ୍ଠ ନେତା ବଳିଆ ଜେନା, ବିଚି ଜେନା, ବୈଦ୍ୟନାଥ ମାଝୀ, ଦୈଇ ମାନସିଂହ, ଯୁବ ନେତା ଦିପୁ ଜେନା, ଲିପୁ ଜେନାଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକ ଶତାଧିକ ବିଜେପି ଓ କଂଗ୍ରେସ ବରିଷ୍ଠ ନେତା ଏବଂ କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରମୋଦ ରାଉତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ ରାୟ, କଣାସ ବ୍ଲକ ବିଜୁ ଜନତା ଦଳ ସଭାପତି ସୁରେଶ ସାହୁ, କଣାସ ବ୍ଲକ ଅଧକ୍ଷା ପ୍ରଭାତୀ ରାଉତ ଏବଂ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳ ବରିଷ୍ଠ ନେତା ବୁଲୁ ସତପଥି ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ବିଜୁ ଜନତା ଦଳକୁ ସ୍ବାଗତ କରିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...