Connect with us

Hi, what are you looking for?

ବିଜିନେସ

ଶିଶୁମାନଙ୍କ କ୍ଷେତ୍ରରେ ପେଡିଆଟ୍ରିକ୍ ଲାପାରୋସ୍କୋପିକ୍ ସର୍ଜରୀ ବର୍ତମାନ ସମ୍ଭବ: ବିଶେଷଜ୍ଞ

ଭୁବନେଶ୍ୱର, ୧୧/୦୬: ୨୫ ବର୍ଷ ପୂର୍ବେ ଯଦିଓ କେହି କଳ୍ପନା କରିପାରୁ ନଥିଲେ ବର୍ତମାନ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତିର ଉପଲବ୍ଧି ଦ୍ୱାରା ଛୋଟ ଶିଶୁମାନଙ୍କ କ୍ଷେତ୍ରରେ ଲାପାରୋସ୍କୋପିକ ସର୍ଜରୀ ସମ୍ଭବ ହୋଇପାରୁଛି ।
ଏହି ଭଳି ଶଲ୍ୟ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସଫଳତାର ସହ କରାଯାଉଥିବା କହିଛନ୍ତି ହସ୍ପିଟାଲ୍‌ର ପେଡିଆଟ୍ରିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡ) ଅନ୍ତର୍ଯ୍ୟାମୀ ପ୍ରଧାନ ।
ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପେଡିଆଟ୍ରିକ୍ ସର୍ଜରୀ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସୋମବାର ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରଫେସର (ଡ) ପ୍ରଧାନ କହିଛନ୍ତି ଯେ ବହୁ ବର୍ଷ ପୂର୍ବେ ବୟସ୍କଙ୍କ କ୍ଷେତ୍ରରେ ପ୍ରଥମେ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିବା ବେଳେ ଶିଶୁମାନଙ୍କ କ୍ଷେତ୍ରରେ ଯେ ଏହା ସମ୍ଭବ ହୋଇପାରିବ ତାହା କେହି ଚିନ୍ତା ବି କରିପାରି ନଥିଲେ । କିନ୍ତୁ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ପେଡିଆଟ୍ରିକ୍ ଲାପାରୋସ୍କୋପିକ୍ ଯନ୍ତ୍ରପାତିର ଉପଲବ୍ଧି ଦ୍ୱାରା ଏହା ବର୍ତମାନ ସମ୍ଭବ ହୋଇପାରୁଛି ବୋଲି ସେ କହିଥିଲେ ।
ହାର୍ନିଆ, ପେଟ ଭିତରେ ଥିବା ଟେଷ୍ଟିସ୍ (ଅନଡିସେଣ୍ଡେଡ ଟେଷ୍ଟିସ୍‌), ପାଇଲୋପ୍ଲାଷ୍ଟି, ପାଇରାଇମୋଟୋମି, ଆପେଣ୍ଡିସେକ୍ଟୋମି, କୋଲେସିଷ୍ଟେକ୍ଟୋମି, ଇନ୍‌ଟେଷ୍ଟାଇନାଲ୍ ପୁଲ ଥ୍ରୁ୍‌, ଥୋରାକୋସ୍କୋପିକ୍ ସର୍ଜରୀ ଇତ୍ୟାଦି ନିୟମିତ ଭାବରେ ଲାପାରୋସ୍କୋପିକ୍ ଉପାୟରେ କରାଯାଉଥିବା ବେଳେ ଅନେକ ଶିଶୁମାନଙ୍କର ପିତାମାତା ବର୍ତମାନ ଲାପାରୋସ୍କୋପିକ୍ ସର୍ଜରୀକୁ ହିଁ ପସନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି ।
ଏହି ଲାପାରୋସ୍କୋପିକ୍ ଅସ୍ତ୍ରୋପଚାରର ଉତମ ଦିଗ ହେଉଛି ରୋଗୀଟିର କମ୍ ଯନ୍ତ୍ରଣା ପାଇବା ସହ ଶୀଘ୍ର ସୁସ୍ଥତା ଲାଭ କରେ । ରୋଗୀ ମଧ୍ୟ ଘରକୁ ଶୀଘ୍ର ଡିସ୍‌ଚାର୍ଜ ହୋଇ ଫେରିବା ସମ୍ଭବ ହୋଇଥାଏ ବୋଲି ସେ କହିଛନ୍ତି ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପେଡିଆଟ୍ରିକ୍ ସର୍ଜରୀ ସଚେତନତା ସପ୍ତାହ ପାଳନ କରାଯିବା ସହ ଏକ ଆନ୍ତଃବିଭାଗୀୟ କଂଟିନୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ପେଡିଆଟ୍ରିକ୍ ଆଣ୍ଡ ନିଓନାଟୋଲୋଜି ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପେଡିଆଟ୍ରିକ୍ ଲାପାରୋସ୍କୋପି, ଥୋରାକୋସ୍କୋପ ଓ ସିଷ୍ଟୋସ୍କୋପି ଭଳି ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ସମ୍ପର୍କରେ ଏହି ସିଏମ୍‌ଇରେ ଆଲୋଚନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତାଦେବୀ ମହାନ୍ତି, ଡାକ୍ତର ଦେବାଶିଷ ନନ୍ଦ, ପେଡିଆଟ୍ରିକ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ର୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରଫେସର ରବିନ୍ଦ୍ର ବଳ, ପ୍ରଫେସର ହିରଣ୍ୟ କେ. ମହାନ୍ତି, ପ୍ରଫେସର ସୁଧାଂଶୁ ପାତ୍ର, ପ୍ରଫେସର ଲଳିତ ପରିଡା, ଡାକ୍ତର ସୁବାଷ ସୁବୁଦ୍ଧିଙ୍କ ସମେତ ପେଡିଆଟ୍ରିକ୍ ସର୍ଜନ, ପେଡିଆଟ୍ରିସିଆନ୍ ଏବଂ ନିଓନାଟୋଲୋଜିଷ୍ଟ ମାନେ ଉପସ୍ଥିତ ଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ‘ସ୍ୱଚ୍ଛତା ହି ସେବା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟବର୍ତୀ ଜାହାନିଆ ସମୁଦ୍ରକୂଳରେ ସଫେଇ କରାଯାଇଛି ।...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...