Connect with us

Hi, what are you looking for?

ଜାତୀୟ

ଭେଣ୍ଟିଲେଟରରେ ଲତା ମଙ୍ଗେସକର

ମୁମ୍ୱାଇ: ପୁଣି ବିଗିଡ଼ିଲା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ ।  ଲତା ମଙ୍ଗେସକରଙ୍କୁ ଭେଣ୍ଟଲେଟର ଲଗାଯାଇ ଅବଜରଭେସନ୍‌ରେ ରଖାଯାଇଛି । ନିୟମିତ ଭାବେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟଵସ୍ଥା ଯାଞ୍ଚ କରୁଛନ୍ତି । ମୁମ୍ବାଇ  ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କିଛି ଦିନ ତଳେ ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ଯାହାପରେ ତାଙ୍କୁ ମୁମ୍ବାଇ ସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ଦିନ ତାଙ୍କର ଚିକିତ୍ସା ହେବା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲା । ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । କିନ୍ତୁ ଏବେ ପୁଣି ଥରେ ଲତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଛି । ଯାହାଫଳରେ ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଛି । ନିୟମିତ ଭାବେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିଛନ୍ତି ।

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like