Connect with us

Hi, what are you looking for?

ଜାତୀୟ

ସ୍ଥଳସେନାର ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ:  ଭାରତୀୟ  ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେନାର କୋର୍ ଅଫ ଇଞ୍ଜିନିୟର ଅଫିସର ହେଉଛନ୍ତି ମନୋଜ ପାଣ୍ଡେ । ସେ ୨୯ତମ ସେନାମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନର ସ୍ଥଳସେନ ମୁଖ୍ୟ ଏମ.ଏମ. ନରଓ୍ବାଣେଙ୍କ ସ୍ଥାନ ନେବେ ମନୋଜ । ୧୯୮୨ ମସିହାରେ ସେନାର ଇଞ୍ଜିନିୟର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ ମନୋଜ ପାଣ୍ଡେ ।

ଆସନ୍ତା ୩୦ ତାରିଖରେ ମନୋଜ ପାଣ୍ଡେ ଭାରତୀୟ  ସ୍ଥଳସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । ଦେଶର ପ୍ରଥମ ଇଂଜିନିୟର ଭାବେ ସେ ସ୍ଥଳସେନା ମୁଖ୍ୟ ହେବାକୁ ଯାଉଛନ୍ତି । ଚଳିତମାସ ଶେଷରେ ଏମ.ଏମ. ନରଓ୍ବାଣେ ଅବସର ନେବେ ।

ନରଓ୍ବାଣେଙ୍କ ପରେ ମନୋଜ୍ ହେଉଛନ୍ତି ସେନାର ସବୁଠାରୁ ବରିଷ୍ଠ ଅଧିକାରୀ । ଅନ୍ୟପକ୍ଷେ ଖାଲି ଥିବା  ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ସିଡିଏସ ପଦ ଦୌଡରେ ନରଓ୍ବାଣେଙ୍କ ନାଁ ଆଗରେ ଥିବା ବିଶେଷ ସୂତ୍ରରୁ ଜଣାପଡୁଛି । ୨୦୨୧ ଡିସେମ୍ବର ୮ ତାରିଖରେ ବାୟୁସେନା ବିମାନ ଦୁର୍ଘଟଣାରୁ ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ବତଙ୍କ ମୃତ୍ୟୁ ଘଟିଥିଲା । ସେବେଠାରୁ ଏହି ପଦବୀଟି ଖାଲି ରହିଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...