Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମାର୍ଚ୍ଚ ୨୪ କୁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର:  ଆସନ୍ତା ମାର୍ଚ୍ଚ ୨୪ ତାରିଖକୁ ଛୁଟି ଘୋଷଣା କଲେ ସରକାର।    ଆସନ୍ତା ମାର୍ଚ୍ଚ ୨୪ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ  ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ମୋଟ ୧୦୯ଟି ସହରାଂଚଳରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଓ ଏକଜୁ୍ୟଟିଭ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ଏହାସହିତ ଯେଉଁ ସରକାରୀ କର୍ମଚାରୀମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଜ ଅଂଚଳକୁ ଚାହିଁବେ ସେମାନଙ୍କୁ ୩ଦିନ ପର୍ଯ୍ୟନ୍ତ ସବୈତନିକ ଛୁଟି ପ୍ରଦାନ କରାଯିବ ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମାର୍ଚ୍ଚ ୨୪ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୩ଟି ମହାନଗର ନିଗମ ଓ ୧୦୬ଟି ପୌର ପରିଷଦ ଓ ଏନଏଏସି ଅଂଚଳର ସମସ୍ତ ସରକାରୀ ଅଫିସ୍ ଛୁଟି ରହିବ । ତେବେ ଭୋଟଗ୍ରହଣ ଦିନ ସରକାରୀ ଟ୍ରେଜେରୀ ଓ ସବଟ୍ରେଜେରୀ ଖୋଲା ରହିବ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like