Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବାଙ୍ଗାଲୋରରେ ଖୋଲିଲା ୱାଲେଟ ଫର ୱେଲଥର ଶାଖା

  • ନବମ ଶାଖା ଉଦଘାଟିତ
  • ଯୋଗଦେଲେ ବିଭିନ୍ନ କମ୍ପାନୀର ସିଇଓ
  • ନେଟୱର୍କ ସମ୍ପ୍ରସାରଣ ସହିତ ଗ୍ରାହକ ସେବାକୁ ଗୁରୁତ୍ୱ
  • ଓଡ଼ିଶାରେ 6ଟି, ରାଜ୍ୟ ବାହାରେ 3ଟି ଶାଖା

ଭୁବନେଶ୍ୱର: ନିବେଶ ତଥା ଆର୍ଥିକ ସେବା ଯୋଗାଇ ଆସୁଥିବା ରାଜ୍ୟର ପ୍ରମୁଖ ସଂସ୍ଥା ୱାଲେଟ ଫର ୱେଲଥ ତାର ନବମ ଶାଖା ବାଙ୍ଗାଲୋରରେ ଖୋଲିଛି। ଓଡ଼ିଶାରେ ଅନେକ ସଫଳତା ସାଉଣ୍ଟିବା ପରେ ଦେଶର ମେଟ୍ରୋ ସହର ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ଏହି ସଂସ୍ଥା। ନିବେଶକଙ୍କ ବିଶ୍ୱାସଭାଜନ ହେବା ପରେ ଏବେ ନିଜ ନେଟୱର୍କ ସମ୍ପ୍ରସାରଣ କରି ହାତପାଆନ୍ତାରେ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି। ଶନିବାର ବାଙ୍ଗାଲୋରର ଇନ୍ଦିରା ନଗରଠାରେ ଏହି ନୂଆ ଶାଖାକୁ ହିନ୍ଦୁସ୍ତାନ ଏରନେଟିକ୍ସ ଲିମିଟେଡ଼ର ପୂର୍ବତନ ସିଇଓ ଅମିତାଭ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି।

 

ଏହି ଅବସରରେ ନାଲକୋର ପୂର୍ବତନ ସିଏମଡି ତଥା ବେଦାନ୍ତ ଆଲୁମିନାର ଉପ ସଭାପତି ତପନ କୁମାର ଚାନ୍ଦ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମାନେ କହିଥିଲେ କି, ୱାଲେଟ ଫର ୱେଲଥ ଯେଉଁଭଳି ଭାବରେ ଓଡ଼ିଶାରେ ଉଚ୍ଚକୋଟିର ସେବା ଓ ଗ୍ରାହକ ସନ୍ତୁଷ୍ଟି ଉପରେ ଜୋର ଦେଇ ଆସୁଛି ଏଠାରେ ମଧ୍ୟ ତାହା ବଜାୟ ରହିବ। ବାଙ୍ଗାଲୋରରେ ରହୁଥିବା ଓଡ଼ିଆ କମ୍ୟୁନିଟି ଏହାଦ୍ବାରା ଲାଭବାନ ହୋଇପାରିବେ ବୋଲି ଆଶା ପ୍ରକଟ କରିଛନ୍ତି। 2016ରେ ଭୁବନେଶ୍ୱର ରେ ପ୍ରଥମ ଶାଖା ଖୋଲିଥିବା ଏହି ସଂସ୍ଥା ମାତ୍ର 6 ବର୍ଷରେ 9ଟି ଶାଖା ଖୋଲି ଲୋକଙ୍କୁ ଆର୍ଥିକ ସେବା ଯୋଗାଇ ଆସୁଛି।

ଏହାର 6ଟି ଶାଖା ଓଡ଼ିଶାରେ ରହିଥିବା ବେଳେ 3ଟି ରାଜ୍ୟ ବାହାରେ ରହିଛି। ବିଶେଷ କରି ମ୍ୟୁଚୁଆଲ ଫଣ୍ଡ, ବୀମା, ଶେୟର ଟ୍ରେଡିଂ, ସ୍ୱାସ୍ଥ୍ୟ ବୀମା, ଇନକମ ଟ୍ୟାକ୍ସ, ଲୋନ ଭଳି ସେବା ଯୋଗାଇ ଆସୁଛି। ଏହି ଅବସରରେ ସଂସ୍ଥାର ଏମ ଡ଼ି ତ୍ରିନାଥ ଲେଙ୍କା ଯୋଗ ଦେଇ ୱାଲେଟ ଫର ୱେଲଥର ସଫଳତା ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ମତ ରଖିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦେଶର ବଛା ବଛା ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ପୋରେଟ ହାଉସର ଅଧିକାରୀ ଯୋଡି ହୋଇଥିଲେ। ସିଦ୍ଧାର୍ଥ ମୁଦୁଲି ଏରିଆ ହେଡ ଭାବରେ ନିଯୁକ୍ତି ପାଇଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଅନୁଗୁଳ: ଭାରତୀୟ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ର ତାଳଚେର – ଅନୁଗୋଳ ଚାପ୍ଟର ଓ Wallet4Wealth ଦ୍ଵାରା ପୁଞ୍ଜି ବଜାର ଓ ମ୍ୟୁଚୁଆଲ ଫଣ୍ଡ ଶୀର୍ଷକ ବିଷୟରେ ଏକ ଆଲୋଚନା ଚକ୍ର...