Connect with us

Hi, what are you looking for?

ବିଜିନେସ

ଦିଲ୍ଲୀରେ ଖୋଲିଲା ‘ୱାଲେଟ ଫର ୱେଲଥ’ ଅଫିସ

ନୂଆଦିଲ୍ଲୀ: ପ୍ରଥମେ ଷ୍ଟେଟ କ୍ୟାପିଟାଲ ଭୁବନେଶ୍ୱର ପରେ ଡିଜିଟାଲ କ୍ୟାପିଟାଲ ବାଙ୍ଗାଲୋର, ଫାଇନାନ୍ସିଆଲ କ୍ୟାପିଟାଲ ମୁମ୍ବାଇ ଆଉ ଏବେ ଦେଶର କ୍ୟାପିଟାଲ ଦିଲ୍ଲୀରେ ନିଜର ଉପସ୍ଥିତ ଜାହିର କରିଛି ଆର୍ଥିକ ସେବା ପ୍ରଦାନକାରୀ ୱାଲେଟ ଫର ୱେଲଥ। କ୍ୟାପିଟାଲ ମାର୍କେଟ ସହିତ ନିବେଶ ସମ୍ପର୍କରେ ବିଭିନ୍ନ ସେବା ଯୋଗାଇ ଆସୁଥିବା ଭୁବନେଶ୍ୱର ଭିତ୍ତିକ ଏହି ସଂସ୍ଥା ଏବେ ଦେଶର ପ୍ରମୁଖ ସହରରେ ନିଜର ଶାଖା ଖୋଲିଛି। ଗୋଟିଏ ମାସରେ 3ଟି ଶାଖା ଖୋଲି ନିଜର ଆଧିପତ୍ୟ ବିସ୍ତାର କରିଛି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ହାତ ପାଆନ୍ତାରେ ଯୋଗାଉଛି ସେବା। ଶନିବାର କମ୍ପାନୀର ନୂଆଦିଲ୍ଲୀ ଶାଖାକୁ ଉଦଘାଟନ କରିଛନ୍ତି ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସିଦ୍ଧାର୍ଥ ପ୍ରଧାନ। ମଦର ଡାଏରି କମ୍ପାନୀର ବିଜନେସ ହେଡ ପ୍ରଦୀପ୍ତ କୁମାର ସାହୁ ସ୍ୱତନ୍ତ୍ର ଅତିଥି ଭାବରେ ଏଥିରେ ଯୋଗ ଦେଇଥିଲେ। ୱାଲେଟ ଫର ୱେଲଥ ଏମଡି ତ୍ରିନାଥ ଲେଙ୍କା ଏହି ଅବସରରେ କହିଥିଲେ, ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସୁବିଧା କୁ ଦୃଷ୍ଟିରେ ରଖି ଏହି ଅଫିସ ଖୋଲା ଯାଇଛି। ଦିଲ୍ଲୀର ମେଟ୍ରୋ ଷ୍ଟେସନଠାରେ ଥିବା ନିର୍ମାଣ ବିହାର ନିକଟ ଲଷ୍ମୀ ନଗର ଡିଷ୍ଟ୍ରିକ୍ଟ ସେଣ୍ଟର ଠାରେ ଏହି ଶାଖା ଖୋଲାଯାଇଛି। ଏଠାକୁ ଆସି ପର୍ସନାଲ ଫାଇନାନ୍ସ ସମ୍ପର୍କରେ ଯେକୋୖଣସି ସେବା ଉପରେ ପରାମର୍ଶ ନେଇପାରିବେ। 2016ରେ ଭୁବନେଶ୍ୱର ରେ ପ୍ରଥମ ଶାଖା ଖୋଲିଥିବା ଏହି ସଂସ୍ଥା ମାତ୍ର 6 ବର୍ଷରେ 12ଟି ଶାଖା ଖୋଲି ଲୋକଙ୍କୁ ଆର୍ଥିକ ସେବା ଯୋଗାଇ ଆସୁଛି। ଏହାର 7ଟି ଶାଖା ଓଡ଼ିଶାରେ ରହିଥିବା ବେଳେ 3ଟି ରାଜ୍ୟ ବାହାରେ ରହିଛି। ବିଶେଷ କରି ମ୍ୟୁଚୁଆଲ ଫଣ୍ଡ, ବୀମା, ଶେୟର ଟ୍ରେଡିଂ, ସ୍ୱାସ୍ଥ୍ୟ ବୀମା, ଇନକମ ଟ୍ୟାକ୍ସ, ଲୋନ ଭଳି ସେବା ଯୋଗାଇ ଆସୁଛି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ 100ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଯୋଡି ହୋଇଥିଲେ। ଏମାନଙ୍କ ମଧ୍ୟରେ ପବ୍ଲିକ ସେକ୍ଟର କମ୍ପାନୀର ଅଧିକାରୀ, କମ୍ପାନୀ ସେକ୍ରେଟାରୀ, ଚାର୍ଟର୍ଡ ଆକାଉଣ୍ଟାଣ୍ଟ, ବିଭିନ୍ନ କମ୍ପାନୀର ଅଧିକାରୀ ଯୋଗ ଦେଇଥିଲେ। ଆଖିଲେଶ ମିଶ୍ର ଏହି ଶାଖାର ମୁଖ୍ୟ ଭାବରେ ଯୋଗ ଦେଇଛନ୍ତି। 20 ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଶ୍ରୀ ମିଶ୍ରଙ୍କ ଫାଇନାନ୍ସିଲ ମାର୍କେଟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like