Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ନଇଗୁଆଁ ପଞ୍ଚାୟତ ଯୋଡ଼ିଲା ନୂଆ ଫର୍ଦ୍ଦ

ଅସ୍ତରଙ୍ଗ: ନଇଗୁଆଁ ଗ୍ରାମ ପଞ୍ଚାୟତ ବିଜେଡି ହାତରୁ ଖସି ଯାଇଛି। ଏକଦା ବିଜେଡିର ଗଡ଼ ଥିବା ଏହି ପଞ୍ଚାୟତ ଚଳିତ ନିର୍ବାଚନରେ ନୂଆ ଟ୍ରେଣ୍ଡ ଆଣିଛି। ଏଠାରେ ରାଜ କରିବାକୁ ଯାଉଛି କଂଗ୍ରେସ। ସମୟ ଥିଲା ଏଠାରେ ଗବ ଗଛ ଛିଡା କଲେ ବି ଜିତିବ ବୋଲି କହି ଆସୁଥିବା ତଥା କଥିତ ନେତା ଏବେ ଟେରା ହୋଇଯାଇଛନ୍ତି। ଏଠାରେ କଂଗ୍ରେସର ପ୍ରାର୍ଥୀନି ମଞ୍ଜୁଲତା ଖୁଣ୍ଟିଆ ବିଜୟ ଲାଭ କରିଛନ୍ତି। ସେହିପରି ସମିତି ସଭ୍ୟ ପ୍ରାର୍ଥୀ ପ୍ରଦୀପ ସାହୁ ମଧ୍ୟ ବିଜୟ ଲାଭ କରିଛନ୍ତି। ଉଭୟ ପ୍ରାୟ ଏକ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ପଂଚାୟତରେ ଦୁର୍ନୀତି ଖୋର ନେତା, ଆର୍ଥିକ ଅନିୟମିତତା, ଯୋଜନା ଲୁଟ ଯୋଗୁଁ ଲୋକେ ଅଣନିଶ୍ୱାସୀ ହୋଇ ପଡିଥିଲେ। ଚାରା ଦୁର୍ନୀତି, ପକ୍କା ଘର ଦୁର୍ନୀତି ସମେତ ଅନେକ କିଛି ଘୋଟଲା ହୋଇଛି।

ଏଠାରେ ଆମେ ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁ କି, 2012ରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା। ଯେତେବେଳେ ବିଧାୟକ ରବି ମଲିକ ରହିଥିଲେ ସେତେବେଳେ ସମାନ ନୀତି ଆପଣାଇଥିଲେ ତତତ୍କାଳିନ ବ୍ଲକ ଅଧ୍ୟକ୍ଷ। ଶେଷରେ ଭିତିରି ବୁଝାମଣା କରିବା ପରେ କଂଗ୍ରେସର ସ୍ବପନେଶ୍ୱର ସାହୁ ବିଜୟୀ ହୋଇଥିଲେ। ତେବେ ସେ ଅଧିକ ସମୟ କଂଗ୍ରେସରେ ରହି ନପାରି ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। ଏବେ ସମାନ ଖେଳ ଖେଳିଲା ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ। ତେବେ ପଂଚାୟତରେ ବିକାଶର ରୂପରେଖ କଣ ରହୁଛି ଆଉ ଲୋକଙ୍କ ଆଶା ପୂରଣ କରିବାରେ ଉଭୟ କେତେ ସଫଳ ହେଉଛନ୍ତି ତାହା ସମୟ କହିବ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like