Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମଞ୍ଜୁଲତାଙ୍କ ହାତରେ ପଞ୍ଚାୟତ ଚାବି

ଅସ୍ତରଙ୍ଗ: ନଇଗୁଆଁ ଗ୍ରାମ ପଞ୍ଚାୟତର ନୂଆ ସରପଞ୍ଚ ଭାବରେ ଶପଥ ନେଇଛନ୍ତି ମଞ୍ଜୁଲତା ଖୁଣ୍ଟିଆ। ଗୁରୁବାର ବିଧିବଦ୍ଧ ଭାବରେ ସେ ଦାୟିତ୍ୱ ନେଇଛନ୍ତି। ମଞ୍ଜୁଲତାଙ୍କ ସ୍ୱାମୀ ପ୍ରତାପ ଖୁଣ୍ଟିଆ କଂଗ୍ରେସର ଜଣେ ଟାଣୁଆ ସଂଗଠକ। ପୁରୀ ଜିଲ୍ଲା କଂଗ୍ରେସର ସେ ସମ୍ପାଦକ ରହିଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ପରେ ପ୍ରତାପଙ୍କ ପତ୍ନୀ ପ୍ରାର୍ଥୀନି ହୋଇଥିଲେ। ତେବେ ଦାୟିତ୍ୱ ନେବା ପରେ ମଞ୍ଜୁଲତା କହିଛନ୍ତି, ଦଳମତ ନିର୍ବିଶେଷରେ ପଞ୍ଚାୟତ ବାସୀଙ୍କ ସେବା କରିବି। ଦୁର୍ନୀତି ଓ ଅନିୟମିତତା ନେଇ ସବୁବେଳେ ଚର୍ଚ୍ଚାକୁ ଆସିଥିବା ଏହି ପଞ୍ଚାୟତରେ ନୂଆ ଅଧ୍ୟାୟ ଆରମ୍ଭ କରିବି ବୋଲି କହିଛନ୍ତି।

ଅସ୍ତରଙ୍ଗ ବ୍ଲକରେ ସର୍ବାଧିକ 1200 ଭୋଟରେ ମଞ୍ଜୁ ଲତା ବିଜୟୀ ହୋଇଥିଲେ। ପଞ୍ଚାୟତ ବାସୀ ମଧ୍ୟ ତାଙ୍କଠାରୁ ଅନେକ କିଛି ଆଶା କରିଛନ୍ତି। ଶାସକ ବିଜେଡିକୁ ଚକମା ଦେଖାଇ, ସବୁ ଆଶାକୁ ଧୂଳିସାତ କରିଥିଲେ ମଞ୍ଜୁ। ଏବେ ଦେଖିବାର କଥା ପଞ୍ଚାୟତ କେତେ ଆଗକୁ ଯାଉଛି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...