Connect with us

Hi, what are you looking for?

ଜାତୀୟ

ଆସିଲା କୀଟ, ୪ ଘଣ୍ଟାରେ ଚିହ୍ନଟ ହେବେ ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ୱର: ଓମିକ୍ରନ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ଆଉ ସମୟ ଲାଗିବନି। ଫଟାଫଟ ଚିହ୍ନଟ । ଏବେ ଭାରିଆଣ୍ଟ ଚିହ୍ନଟ ପାଇଁ ଆଉ  ଜିନମ ସିକ୍ୟୁନ୍ସି ଆବଶ୍ୟକ ପଡିବ ନାହିଁ। ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ପାଇଁ ବିକଶିତ ହୋଇଛି ଟେଷ୍ଟ କିଟ୍। ସ୍ଵଦେଶୀ ଓମିକ୍ରନ ଟେଷ୍ଟ କିଟ୍‌କୁ ଡିସିଜିଆଇ ମଞ୍ଜୁରୀ ଦେଇଛି। ଟାଟା ଏମଡି ଏବଂ ଆଇସିଏମଆର ମିଳିତ ପ୍ରଚେଷ୍ଟାରେ ଟେଷ୍ଟ କିଟ୍ ବିକଶିତ କରାଯାଇଛି। ଫଳରେ ବର୍ତ୍ତମାନ ୪ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ମିଳିବ। ପ୍ରେସମିଟରେ ଏହାର ସୂଚନା ଦେଇଛନ୍ତି ଆଇସିଏମଆର ମହା ନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ।

ଦେଶରେ ଓମିକ୍ରନ ଆତଙ୍କ ଖେଳାଇ ରଖିଛି। କିଛି ଦିନରେ କରୋନାର ଏହି ନୂତନ ଭାରିଆଣ୍ଟ ନିଜର କାୟା ମେଲାଇ ଚାଲିଛି। ଏହାର ମୁକାବିଲା ପାଇଁ କେନ୍ଦ୍ରଠୁ ନେଇ ରାଜ୍ୟସ୍ତରରେ ପ୍ରସ୍ତୁତି ଯୁଦ୍ଧକାଳିନ ଭିତ୍ତିରେ ଜାରି ରହିଛି। ଏବେ ଏହି ଟେଷ୍ଟ କୀଟ ବିଶେଷ ସହାୟକ ହେବ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like