Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଭୋଟ ଗଣତି କେମିତି ହେବ ଦେଖନ୍ତୁ

ଭୁବନେଶ୍ୱର: କଲି ଭୋଟ ବାକ୍ସରେ ସିଲ ହେବ ସବୁ ପ୍ରାର୍ଥୀଙ୍କ ଭାଗ୍ୟ । ପଞ୍ଚାୟତ ନିର୍ବାଚନ ପାଇଁ କାଲି ସରିବ ଭୋଟ ଗ୍ରହଣ । ୨୬ ତାରିଖରେ ହେବ ଭୋଟ ଗଣତି।  ପୂର୍ବରୁ ବୁଥରେ ହିଁ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯାଉଥିଲା। ଏଥର କିନ୍ତୁ ଗଣତି ପ୍ରକ୍ରିୟା ବଦଳିଛି।  ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ସେଣ୍ଟ୍ରାଲ  କାଉଣ୍ଟିଙ୍ଗ ହେବ। ତେଣୁ ସମସ୍ତଙ୍କୁ ଅପେକ୍ଷା ୨୬ ତାରିଖକୁ। ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପାଇଁ ବ୍ଲକରେ ସେଣ୍ଟ୍ରାଲ କାଉଣ୍ଟିଂ ବ୍ୟବସ୍ଥା ହୋଇଛି। । ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଜିଲ୍ଲା ପରିଷଦ ଜୋନ ଅନୁସାରେ ନନ୍‌ ଷ୍ଟପ ଗଣତି ହେବ। ଯେ ପର୍ଯ୍ୟନ୍ତ ଗୋଟିଏ ଜୋନର ଗଣତି ଶେଷ ନହେବ ଗଣତି ବନ୍ଦ ହେବ ନାହିଁ। ଗୋଟିଏ ଜୋନର ଗଣତି ସରିବା ପରେ ଆଉ ଗୋଟିଏ  ଜୋନର ଭୋଟ ଗଣତି ଆରମ୍ଭ ହେବ। କେମିତି ଭୋଟ ଗଣତି ହେବ ସେ ନେଇ ଆସନ୍ତୁ ଦେଖିବା…

*  ୩୧୪ ବ୍ଲକରେ ଭୋଟ ଗଣତି ହେବ। ସେଥିପାଇଁ  ସବୁ ବ୍ଲକରେ ବଡ ହଲର ବ୍ୟବସ୍ଥା କରାଯାଇଛି।

*  ଭୋଟ ଗଣତି କେନ୍ଦ୍ରରେ  ପ୍ରତି ଜୋନ୍ ରେ ଯେତିକି ଗ୍ରାମ ପଂଚାୟତ ରହିଛି ଗଣତି ପାଇଁ ସେତିକି ଟେବୁଲ ରହିବ। ଗୋଟଏ ହଲରେ  ସର୍ବାଧିକ ୧୦ ଟି ଟେବୁଲ ରହିବ।

* ଓଡ଼ିଆ ଆଲଫାବେଟ ଅନୁଯାୟୀ ଗ୍ରାମ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ । ଗୋଟିଏ ଟେବୁଲରେ ହିଁ ଗ୍ରାମପଂଚୟତର ସବୁ ୱାର୍ଡ ର ଭୋଟ ଗଣନ୍ତି ହେବ।

* ଗୋଟିଏ ଟେବୁଲ ଭୋଟ ଗଣତି  ପାଇଁ ୪ ଜଣ ଅଧିକାରୀ ରହିବେ।  ଜଣେ କଉଣ୍ଟିଂ ସୁପର ଭାଇଜର, ଦୁଇ ଜଣ କଉଣ୍ଟିଂ ଆସିଷ୍ଟାଣ୍ଟ ଆଉ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ ।

* କେଉଁ ଟିମ କେଉଁ ଟେବୁଲ ରେ ବିସିବେ ସେ ନେଇ ଗୁଳା ପଡି ନିଷ୍ପତ୍ତି ନିଆଯିବ।

* ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଗଣନା କରାଯିବ। ଯେଉଁ ବ୍ଲକରେ ୫ ଟି  ଜିଲ୍ଲାପରିଷଦ ଜୋନ ଥିବ ପ୍ରଥମ ଦିନ ଗୋଟିଏ, ଦ୍ବିତୀୟ ଦିନ ୨ଟି ତୃତୀୟ ଦିନ ୨ଟି ଜିଲ୍ଲାପରିଷଦ ଜୋନରେ ଗଣତି ହେବ। ଯେଉଁ ବ୍ଲକରେ ୬ଟି ଜିଲ୍ଲା ପରିଷଦ ଜୋନ ଥିବ ପ୍ରତିଦିନ ୨ଟି ଜୋନର ଭୋଟ ଗଣତି ହେବ।

* ଜଣେ ପ୍ରାର୍ଥୀଙ୍କ ପାଇଁ  ଜଣେ ଏଜେଣ୍ଟ ରହିବେ

* ଯେତେ ଜଣ ପ୍ରାର୍ଥୀ ଥିବେ ସେତିକି ଟି ଟ୍ରେ ଟେବୁଲରେ ରହିବ। ଆଉ ଗୋଟିଏ ଟ୍ରେ ନାକଚ ବାଲଟ ପେପର ପାଇଁ ରହିବ।

* କାଉଣ୍ଟିଙ୍ଗ ପାଇଁ ଧାର୍ଯ୍ୟ ହୋଇଥିବା ସମୟର ୧୫ ମିନିଟ ପୂର୍ବରୁ ବାଲଟ ବକ୍ସ ଗଣତି ହଲକୁ ଅଣା ଯିବ।

* ବାଲଟ ବକ୍ସର ସିଲ  ଖୋଲାଯିବା ପରେ ଟେବୁଲ ଉପରେ ବାଲଟ ପେପରକୁ ଢ଼ଳାଯିବ। ତା ପରେ  ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ରଖାଯିବ।

 

* ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର  ଭୋଟ ଗଣନା ହେବ।

* ବ୍ଲକ କାର୍ଯ୍ୟାଳୟରେ ଫେଜ ୱାଇଜ ଫଳାଫଳ ଘୋଷଣା ହେବ ।

ଚଳିତ ଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ସେଣ୍ଟ୍ରାଲ କାଉଣ୍ଟିଂ  ହେଉଥିବାରୁ ବ୍ଲକରେ ହେଉଥିବା କାଉଣ୍ଟିଂ ହଲ ବାହାରେ ପ୍ରବଳ ଭିଡ ଜମିବ। କାରଣ ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି ଏକାଥରେ ହେବ । ସେଥିପାଇଁ ବାହାରେ ପ୍ରବଳ ଭିଡ ଜମିବ। ଗଣତି ସରିବା ବେଳକୁ ବିଳମ୍ବିତ ରାତି ମଧ୍ୟ ହୋଇପାରେ । ସେଥିପାଇଁ କଣ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ଅପରାହ୍ନରେ ପୋଲିସ  ଡିଜିଙ୍କୁ ଡାକି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା  କରିଛନ୍ତି।  ଭୋଟ ଗଣତି ୨୬ତରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...