Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ରାଜ୍ୟରେ ସାର ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଦୋଷ ଦେଲେ କୃଷି ମନ୍ତ୍ରୀ

ଭୁବନେଶ୍ୱର ୧୩/୭: ରାଜ୍ୟରେ ସାର ର ଯୋଗାଣ ଓ କଳାବଜାରୀ କୁ ନେଇ ବିଧାନସଭାରେ ଉଦବେଗ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ଓ ଅଧିରାଜ ପାଣିଗ୍ରାହୀଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଲୋଚନା ବେଳେ ଦୁଇ ବିଧାୟକ ଅଭିଯୋଗ କରିଛନ୍ତି ଯେ ଅଫିସର ଯାହା ଲେଖି ଦେଉଛନ୍ତି ମନ୍ତ୍ରୀ ତାହା ଗୃହରେ କହୁଛନ୍ତି । ଏହା ହେଉଛି ଅମଲାତନ୍ତ୍ର ସରକାର । ସାର ର ବ୍ୟାପକ କଳାବଜାରୀ ହେଉଛି । ଡିଲର ମାନେ ମନ ମାନି କରୁଛନ୍ତି । ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଗୃହରେ କହିଛନ୍ତି ସାଲୁଜା । ସେହିପରି ସୁରେଶ ରାଉତରାୟ କହିଛନ୍ତି ସାର ଯେଉଁ ପରିମାଣରେ ଚାଷୀଙ୍କୁ ଆବଶ୍ୟକ ସେହି ପରିମାଣରେ ଯୋଗାଇ ଦିଆ ଯାଉ ନାହିଁ । ଅଧିରାଜ ପାଣିଗ୍ରାହୀ ବି କହିଛନ୍ତି ଚାଷୀଙ୍କୁ ବାଧ୍ୟ କରାଯାଉଛି ଅଧିକ ଟଙ୍କା ରେ ସାର କିଣିବାକୁ । କଳା ବଜାରୀ ହେଉଥିଲେ ବି ସରକାର ଗୁରୁତ୍ୱ ଦେଉ ନାହାନ୍ତି।

ସେପଟେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଉତ୍ତର
କେନ୍ଦ୍ର ସରକାର ଯାହା ଦେଉଛନ୍ତି ସେଥି।ମଧ୍ୟରୁ ରାଜ୍ୟବାସୀଙ୍କୁ 85 ପ୍ରତିଶତ ସାର ଯୋଗାଇ ଦିଆଯାଇଛି । 2 ଲକ୍ଷ 5 ହଜାର 200 ମେଟ୍ରିକ ଟନ ୟୁରିଆ । 77 ହଜାର 671 ମେଟ୍ରିକ ଟନ ଡ଼ିଏପି , 26 ହଜାର 698 ମେଟ୍ରିକ ଟନ ପଟାସ୍ , 95 ହଜାର 638 ମେଟ୍ରିକ ଟନ ଗ୍ରୁମର ଯୋଗାଇ ଦିଆଯାଇଛି । ମାତ୍ର ଗତ 5 ବର୍ଷ ହେବ ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉ ନାହାନ୍ତି । 1.4.2022 ରୁ 30.6.2022 3 ଲକ୍ଷ 90 ହଜାର ମେଟ୍ରିକ ଟନ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସାର ଯୋଗାଇ ଦେବା ପାଇଁ ଦାବି ହୋଇଥିଲା । କେନ୍ଦ୍ର ସରକାର 3 ଲକ୍ଷ 64 ହଜାର 232 ମେଟ୍ରିକ ଟନ । ଚୁକ୍ତି ଅନୁଯାୟୀ ସମୁଦାୟ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 36 ହଜାର 760 ମେଟ୍ରିକ ଟନ ସାର ଯୋଗାଇ ଦେଇ ନାହାନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖା ଯାଇଛି । ସାର କୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ନେଇ ଏହାର ପରିଚାଳନା କରାଯାଉଛି। ତେବେ ଯଦି ରାଜ୍ୟର କୌଣସି ଜାଗାରେ କଳାବଜାରୀ କରାଯାଉଥିବାର ଅଭିଯୋଗ ଅଛି ତେବେ ବିଭାଗକୁ ଜଣାଇଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଓଡ଼ିଶା ନ୍ୟୁଜ

ପୁରୀ: ଖୋଲିଲା ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲାଯାଇଛି। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି।  ଆଜି କେବଳ ରତ୍ନଭଣ୍ଡାର ଯାଞ୍ଚ ହେବ।  ରତ୍ନ...