Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଜେଡି ନେତାଙ୍କୁ ଅପହରଣ କରିବା ଅଭିଯୋଗରେ ବିଜେପି ନେତା ଗିରଫ

କୁଚିଣ୍ଡା: ବିଜେଡି ନେତାଙ୍କୁ ଅପହରଣ ଅଭିଯୋଗରେ ବିଜେପି ନେତାଙ୍କୁ ବାନ୍ଧିଲା ପୋଲିସ। ବିଜେଡି ନେତା ନିଶାନ୍ତ ଦୀକ୍ଷିତଙ୍କୁ ଅପହରଣ ଅଭିଯୋଗରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଶ୍ୱନି ମାଝୀଙ୍କ ସହ ୭ଜଣ ଗିରଫ ହୋଇଛନ୍ତି। ନିଶାନ୍ତଙ୍କୁ ଅପହରଣ କରି ରେଢ଼ାଖୋଲ ଜଙ୍ଗଲରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।

ଗତକାଲି ନିଶାନ୍ତ ଜମନକିରା ବ୍ଲକ ଖର୍ସଲମାଲ ଅଞ୍ଚଳରେ ପ୍ରଚାର କରୁଥିବା ସମୟରେ ତାଙ୍କୁ ଅଶ୍ୱନୀ ମାଝୀ ଓ ତାଙ୍କ ସହଯୋଗୀ ମାନେ ୨ଟି ଗାଡ଼ିରେ ଆସି ଅପହରଣ କରିନେଇଥିଲେ । ପୋଲିସ ପିଛା କରୁଥିବା ବେଳେ ଧରାପଡ଼ିଯିବା ଭୟରେ ତାଙ୍କୁ ଜୁଯୁମୁରା ଥାନା ମେଘପାଳ ଜଙ୍ଗଲରେ ଛାଡ଼ି ଦେଇଥିଲେ । ପୋଲିସ ଘଟଣା ସ୍ଥଳରୁ ୨ ଟି ଗାଡ଼ି ଜବତ କରିବା ସହ ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...