Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କର୍ମୀଙ୍କୁ ସମ୍ବୋଧିତ କଲେ ମୋଦି, ଯୁବ ଭୋଟରଙ୍କୁ ଦେଲେ ବିଜୟର ଶ୍ରେୟ

ନୂଆଦିଲ୍ଲୀ: ୫ରାଜ୍ୟର ଫଳାଫଳ ସାମ୍ନାକୁ ଆସିବ ପରେ  ସମ୍ବୋଧିତ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।  ବିଜେପିର ବିଜୟ ଅବସରରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ‘ଯୁବ ଭୋଟର ବିଜେପିର ବିଜୟ ପଥକୁ ସୁନିଶ୍ଚିତ କରିଛନ୍ତି । ମାର୍ଚ୍ଚ ୧୦ରେ ବିଜେପିର ହୋଲି ଖେଳିବାର ସ୍ବପ୍ନ ସାକାର ହୋଇଛି । ୪ ରାଜ୍ୟରେ ଦଳର ନୀତି ଆଦର୍ଶକୁ ମିଳିଛି ସମର୍ଥନ । ପୁଣି ବିଜେପିକୁ ଜନତା ଆଶୀର୍ବାଦ କରିଛନ୍ତି । ଉତ୍ତରାଖଣ୍ଡରେ ଇତିହାସ ରଚିଛି ବିଜେପି । ୟୁପିରେ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।’

 

ଉତ୍ତରପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ୪ ରାଜ୍ୟରେ ପୁଣି ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ସବୁଠାରୁ ଚର୍ଚ୍ଚିତ ରାଜ୍ୟ ଉତ୍ତରପ୍ରଦେଶରେ ପୁଣି ବିଜୟ ବାନା ଉଡାଇ ଇତିହାସ ରଚିଛି ବିଜେପି। ପୂର୍ଣ୍ଣ ବହୁମତ ସହ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ ।

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...