Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଧାନସଭାରେ ପୁଣି କାଶୀପୁର ଝାଡାବାନ୍ତି

ଭୁବନେଶ୍ୱର: ବିଧାନସଭାର ଶୁନ୍ୟକାଳ ରେ ପୁଣି ଥରେ ଉଠିଲା ରାୟଗଡା କାଶୀପୁରରେ ଝାଡ଼ା ବାନ୍ତି ବ୍ୟାପିବା ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେଠି ସର୍ବମୋଟ 14 ଜଣ ମୃତ୍ୟୁବରଣ କରିଥିବା ବେଳେ ସରକାର କିନ୍ତୁ 9 ଜଣ ବୋଲି କହୁଛନ୍ତି । ଅନ୍ୟ 5 ଜଣ ଙ୍କର ସ୍ୱଭାବିକ ମୃତ୍ୟୁ ହୋଇଥିବା ସରକାର କହୁଛନ୍ତି । ତେବେ ଏହି 5 ଜଣ ଙ୍କ ର ପୋଷ୍ଟ ମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ଦାବି କଲେ ମୋହନ ମାଝୀ । କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ା ବାନ୍ତି ବ୍ୟାପିବା ଆରମ୍ଭ କରିଥିବା ମଧ୍ୟ ଗୃହରେ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ । ଉତ୍କଳ ଆଲୁମିନା ସେଠି ୱାଟର ଟ୍ରିଟମେଣ୍ଟ ନ କରି ଦୂଷିତ ପାଣି ଛାଡୁ ଥୁବାରୁ ଏପରି ଝାଡ଼ା ବାନ୍ତି ବ୍ୟାପିଛି । ଏ ନେଇ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ ଗଠନ କରାଯାଇ ଅନୁଧ୍ୟାନ କରାଯାଉ ବୋଲି ଦାବି କରିଛନ୍ତି ମୋହନ । ଏହା ସହ କହିଛନ୍ତି ରାଜ୍ୟ ସରକାର ଯେଉଁ ବିକାଶ ସେଭଳି ବିକାଶ ସେଠି ହୋଇ ନାହିଁ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି କାଶୀପୁର ରେ 14 ଏବଂ ଗତକାଲି ଦସମନ୍ତପୁର ରେ 3 ଜଣ ମୃତ୍ୟୁବରଣ କରିଛନ୍ତି । ପାଣି କୁ ଟ୍ରିଟମେଣ୍ଟ କରି କି ଛଡ଼ା ଯାଉନି । ଝାଡ଼ା ବାନ୍ତି ଦ୍ୱାରା ଅଭିବକ୍ତ କୋରାପୁଟ ରେ ମୋଟ 17 ଜଣ ମୃତ୍ୟୁବରଣ କରିଛନ୍ତି । ତାରା ମଧ୍ୟ କହିଛନ୍ତି ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡ଼ୁଛି । ଯେଉଁ ଏଗ୍ରି ମେଣ୍ଟ କରିଥିଲା ତାହା କୁ ପାଳନ କରୁନାହିଁ । ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ ଦାବି କଲେ ତାରା। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାର କୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ତାରାପ୍ରସାଦ ବାହୀନିପତି । ଗୃହ କମିଟି ଦାବି ନେଇ ଗୃହର ମଧ୍ୟ ଭାଗରେ ବୋରିଧି ଙ୍କ ହଟଗୋଳ ଜାର କରିଥିଲେ । ବାଚସ୍ପତି ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗର  ଖର୍ଚ୍ଚଦାବି ଆଲୋଚନା ରହିଛ। କହିବା ପରେ ହଟଗୋଳରୁ ଓହରିଥିଲେ ବିରୋଧୀ।
କାଶିପୁର ଝାଡ଼ାବାନ୍ତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ପ୍ରତିକ୍ରିୟା। ବଢ଼ିଥାଇ ପରେ ମୃତ୍ୟୁ ସଂଖ୍ୟା।ମୋ ଅନୁଧ୍ୟାନ ସମୟରେ ମୃତ୍ୟୁ ସଂଖ୍ୟା ଯାହା ଥିଲା ଆମେ ରାଜ୍ୟବାସୀ ଙ୍କୁ ଅବଗତ କରିଥିଲୁ ଏବେ ବଢ଼ିଥାଇପାରେ।ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଶିପୁର ଉପରେ ତିଖନ୍ ନଜର ରଖାଯାଇଛି।ସ୍ଥିତି ନିୟନ୍ତ୍ରଣ ରହିଛି। 9 ନୁହେଁ 14ବୋଲି ମୃତ୍ୟୁ ସଂଖ୍ୟା କୁ ଆସୁଥିବା ଅଭିଯୋଗକୁ ମୋତେ ଲିଖିତ ଭାବେ ଦେଲେ ମୃତ୍ୟୁ ବ୍ୟକ୍ତି ଙ୍କ ପୋଷ୍ଟ ବଟମ ରିପୋର୍ଟ ସାର୍ବଜନନୀ ବିଭାଗ ପକ୍ଷରୁ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like