Connect with us

Hi, what are you looking for?

ବିଜିନେସ

ଅଚ୍ୟୁତ ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲର ରେକର୍ଡ ସଫଳତା

  • 4ଜଣ 90 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି
  • 80 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି 19 ଜଣ
  • 75 ପ୍ରତିଶତରୁ ଅଧିକ 30 ଜଣ
  • 70 ପ୍ରତିଶତରୁ ଅଧିକ 43 ଜଣ
  • 60 ପ୍ରତିଶତରୁ ଅଧିକ 73 ଜଣ

ଭୁବନେଶ୍ୱର: ଯୁକ୍ତ ଦୁଇ ରେଜଲ୍ଟରେ ସମଗ୍ର ଓଡ଼ିଶାରେ ରାଜଧାନୀର ଅଗ୍ରଣୀ ରେସିଡେନ୍ସିଆଲ କଲେଜ ଅଚ୍ୟୁତ ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲର ବଡ ସଫଳତା। ପାହାଳ ଠାରେ ଥିବା ଏହି କଲେଜ ଅନ୍ୟ ସମସ୍ତ ଘରୋଇ କଲେଜକୁ ପଛରେ ପକାଇ ଦେଇଛି। ଚଳିତ ରେଜଲ୍ଟ ରେ 90 ପ୍ରତିଶତରୁ ଅଧିକ 4 ଜଣ ରହିଥିବା ବେଳେ 80 ପ୍ରତିଶତରୁ 19 ଜଣ, 75ରୁ ଅଧିକ 30 ଜଣ, 70 ପ୍ରତିଶତରୁ ଅଧିକ 43 ଜଣ ପିଲା ପାଇଛନ୍ତି। ସେହିପରି 60 ପ୍ରତିଶତ ରୁ ଅଧିକ 73 ଜଣ ପିଲା କୃତକାର୍ଯ୍ୟ ହୋଇଛନ୍ତି। 15 ଜଣ 500 ରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। କଲେଜର ଟପ୍ପର ଛାତ୍ରୀ ଗଙ୍ଗା ପରିଡା 555 ନମ୍ବର ରଖି ନୂଆ ରେକର୍ଡ କରିଛନ୍ତି। ସାଇ ଶୁଭଙ୍କର ଲେଙ୍କା 546, ଫୁଲ ମୁନ ମିଶ୍ର 545 ନମ୍ବର ରଖିଥିବା ବେଳେ କାବ୍ୟଶ୍ରୀ ପ୍ରଧାନ 544, ଶତାବ୍ଦୀ ପରିଡା 538, ସ୍ୱାଗତିକା ପ୍ରିୟଦର୍ଶିନୀ 538, ନିହାରିକା ସାହୁ 530, ଆଦିତ୍ୟ ପୃଷ୍ଟି 527, ଶକ୍ତିଦତ୍ତ ମହାରଣା 522, ସ୍ବପନେଶ୍ୱର ତ୍ରିପାଠୀ 521, ଶୁଭମ ସାମଲ 518,  ଗୌରବ ପ୍ରଧାନ 516, ସଚ୍ଚିଦାନନ୍ଦ ସାହୁ 508, ଦୁର୍ଗାପ୍ରସାଦ ଆଚାର୍ଯ୍ୟ 506, ଦିବ୍ୟଜ୍ୟୋତି ବେହରା 500 ନମ୍ବର ରଖି ଅନୁଷ୍ଠାନର ରେକର୍ଡ ରଖିଛନ୍ତି।  86 ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ 73, ଦ୍ଵିତୀୟ ଶ୍ରେଣୀରେ 13 ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ବ୍ୟାଚରୁ ଶତ ପ୍ରତିଶତ ଫଳାଫଳ ପାଇଁ ସମସ୍ତ ଶ୍ରେୟ କଲେଜର ଅଧ୍ୟକ୍ଷ, କର୍ମକର୍ତ୍ତା, ଅଭିଭାବକ ଙ୍କୁ ଦେଇଛନ୍ତି ଅଧ୍ୟକ୍ଷ ରାକେଶ ସିଂହ। ଆଗାମୀ ଦିନରେ ମଧ୍ୟ କଲେଜ ଆହୁରି ଭଲ ରେଜଲ୍ଟ ଦେବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...