Connect with us

Hi, what are you looking for?

ବିଜିନେସ

ସବୁ ରେକର୍ଡ ଭାଙ୍ଗିଲା କ୍ୟାରିୟର ଫୋକସ, 118 ଫାଷ୍ଟକ୍ଳାସ

ଅଡ଼ଶପୁର: ପୁଣି ପୋଛି ନେଲା କ୍ୟାରିୟର ଫୋକସ। ନିକଟରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ଫଳରେ ଶତ ପ୍ରତିଶତ ରେଜଲ୍ଟ କରିଛି।  କଟକ ଜିଲ୍ଲାର ଅଡ଼ଶପୁରଠାରେ ଥିବା ରାଜ୍ୟର ଅନ୍ୟତମ କୋଚିଂ ସେଣ୍ଟର କ୍ୟାରିୟର ଫୋକସରେ ଏଥର ମୋଟ 145 ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ 550 ନମ୍ବର ରଖି ଟପ୍ପର ହୋଇଛନ୍ତି। ସେ ଉଦୟନାଥ କଲେଜ ର ଛାତ୍ର ଦେବାଶିଷ ଦାସ। ଯୁକ୍ତ ଦୁଇ ବିଜ୍ଞାନରେ ନିଆଳି ନିର୍ବାଚନ ମଣ୍ଡଳୀରୁ ସେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। କଟକ ଜିଲ୍ଲାରେ ସେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। କଲେଜରୁ ମୋଟ 418 ପିଲାଙ୍କ ମଧ୍ୟରୁ ଉକ୍ତ କୋଚିଂ ସେଣ୍ଟରରେ 145 ଛାତ୍ରଛାତ୍ରୀ ପାଠ ପଢୁଥିଲେ। ଏମାନଙ୍କ ମଧ୍ୟରୁ 9 ଜଣ 500ରୁ ଅଧିକ ନମ୍ବର ରଖିଛନ୍ତି। କଲେଜର ଟପ 9 ଛାତ୍ରଛାତ୍ରୀ ଏହି କୋଚିଂ ସେଣ୍ଟରରେ ପଢ଼ୁଥିବା କହିଛନ୍ତି ସେଣ୍ଟରର ଅଧ୍ୟକ୍ଷ ରାକେଶ ସିଂ। ସେହିପରି 118 ଛାତ୍ରଛାତ୍ରୀ 60 ପ୍ରତିଶତରୁ ଅଧିକ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ଛାତ୍ରଛାତ୍ରୀ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କୌଣସି ଛାତ୍ରଛାତ୍ରୀ ଫେଲ ହୋଇ ନାହାଁନ୍ତି କି ଥାର୍ଡ ଡିଭିଜନ ପାଇ ନାହାନ୍ତି। ବିଗତ ବର୍ଷରେ ମଧ୍ୟ ଏହିଭଳି ପ୍ରଦର୍ଶନ ଜାହିର କରି ଆସିଛି ଏହି କୋଚିଂ ସେଣ୍ଟର। ଏସବୁର ସମସ୍ତ ଶ୍ରେୟ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତ, ଅନୁଷ୍ଠାନର କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ସିଂ। କଥା ନୁହେଁ କାମରେ ବିଶ୍ୱାସ କରିଥାଉ ବୋଲି ସେ କହିଛନ୍ତି। ଅଭିଭାବକ ମହଲରେ ମଧ୍ୟ ଏହାକୁ ନେଇ ଖୁସିର ଲହରୀ ଖେଳିଛି। ଏହି ଆସ୍ଥା ବିଶ୍ୱାସ ଆଗମୀ ଦିନରେ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଅନୁଷ୍ଠାନ ମୁଖ୍ୟ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...