Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନ: କାଲି ଦ୍ଵିତୀୟ ପର୍ଯ୍ୟାୟ ଭୋଟ, ୭୪୭ ପ୍ରାର୍ଥୀ ଦେବେ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପାଇଁ କାଲି ଦ୍ଵିତୀୟ ପର୍ଯ୍ୟାୟ ଭୋଟ।  ଦ୍ବିତୀୟ ପର୍ଯ୍ୟାୟରେ ୧୮୬ ଜିଲ୍ଲାପରିଷଦ ଜୋନରେ ୭୪୭ ପ୍ରାର୍ଥୀ ଦେବେ ଭାଗ୍ୟ ପରୀକ୍ଷା।  30 ଜିଲ୍ଲାର ୧୫୧୪ ପଂଚାୟତ ର  ୨୦  ହଜାର ୪୩୬ ବୁଥରେ ହେବ ନିର୍ବାଚନ। ସେଥିରୁ ୩ ହଜାର ୬୫ ବୁଥ୍ ସମ୍ବେଦନଶୀଳ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ ଗ୍ରହଣ ବେଳେ ହିଂସାକୁ ନଜରରେ ରଖି ଗତକାଲି ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। କାଲି ଭୋଟ ଗ୍ରହଣ ବେଳେ   ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ଦିତୀୟ ପର୍ଯ୍ୟାୟ ପାଇଁ  ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଞ୍ଚି ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ।  ଭୋଟିଂ ସମୟ ୭ଟା ରୁ ୧ଟା ଧାର୍ଯ୍ୟ କରାଯାଇଛି।  ଏହି  ସମୟ ଭିତରେ ଯେଉଁମାନେ ବୁଥ ଗେଟ ଭିତରେ ଥିବେ ସେମାନଙ୍କୁ ଚିରକୁଟ ଦିଆଯାଇ ଲାଇନରେ  ଠିଆ ହୋଇ ଭୋଟ ଦେବେ। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...