Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଶ୍ରୀ ବଳଦେବଜୀଉଙ୍କ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର, ୧୧/୦୮: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରାଧିଶ ଶ୍ରୀ ବଳଦେବଜୀଉଙ୍କ ଉପରେ ଆଧାରିତ ଭାବପୂର୍ଣ୍ଣ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।
ସୋଆ ଅଧିନସ୍ଥ ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ଭଜନ ଆଲ୍‌ବମ୍‌ର ଗୀତ ରଚନା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ କରିଥିବା ବେଳେ ସଂଗୀତ ସଂଯୋଜନା କରିଛନ୍ତି କେନ୍ଦ୍ରାପଡ଼ା ବାରୁଅ ସ୍ଥିତ ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ଶ୍ରୀ ବିମଳ ପ୍ରସାଦ ପରିଡା । କଣ୍ଠ ଦାନ କରିଛନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୌରଭ ନାୟକ, କରୁଣାକର, ସୋହିନୀ ମିଶ୍ର ଏବଂ ଅନ୍ତରା ଚକ୍ରବର୍ତୀ ।
ଗୁରୁବାର ସୋଆ ମୁଖ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉନ୍ମୋଚନ ଅବସରରେ ପ୍ରଫେସର ନାୟକ ଶିକ୍ଷା ଓ ଅନୁସନ୍ଧାନ ନାମର ମହତ୍ୱ ସମ୍ପର୍କରେ ମତ ରଖିବା ସହ ବର୍ତମାନ ବିଶ୍ୱବିଦ୍ୟାଳୟ ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରକୁ ନେଇ ମଧ୍ୟ ଗବେଷଣା ଆରମ୍ଭ କରିଛି ଏବଂ ଏଥି ନିମନ୍ତେ ‘ପ୍ରାଚୀନ’ ବିଭାଗ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଛନ୍ତି । ତେଣୁ ସଂସ୍କୃତି ଓ ଐତିହ୍ୟକୁ ଉଦ୍‌ଜୀବିତ କରି ରଖିବା ନିମନ୍ତେ ବଳଦେବଜୀଉଙ୍କ ଭଜନ ଆଲ୍‌ବମ୍ ପ୍ରସ୍ତୁତି ‘ପ୍ରାଚୀନ’ର ପ୍ରୟାସ ବୋଲି ପ୍ରଫେସର ନାୟକ ଏହି ଅବସରରେ କହିଛନ୍ତି ।
ଉନ୍ମୋଚନ ଅବସରରେ ଶ୍ରୀ ରଞ୍ଜନ କୁମାର ଦାସ ସଂଗୀତ ରଚନା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଏହା ଏକ ବନ୍ଧନ । ପ୍ରଭୁଙ୍କ ବନ୍ଧନ ବିନା ଏଭଳି କାର୍ଯ୍ୟ ସମ୍ଭବ ନୁହେଁ । ଆଲ୍‌ବମ୍‌ରେ ୬ଟି ଗୀତ ଥିବା ବେଳେ ଏହା ବେଶ ସ୍ମୃତି ମଧୁର ହୋଇଛି ଏବଂ ଏହି ପ୍ରଥମ ଆଲ୍‌ବମ୍‌ଟି ଶ୍ରୋତାଙ୍କ ନିକଟରେ ବେଶ ଆଦୃତ ହେବ ବୋଲି ସେ କହିଛନ୍ତି ।
ଏହି ପ୍ରଥମ ଅର୍ଘ୍ୟକୁ ସୋଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ସଂଗୀତକାର ଶ୍ରୀ ପରିଡ଼ା ।
ଏହି କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କ ସମେତ ଶ୍ରୀ ଦାସ, ଶ୍ରୀ ପରିଡା, ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ ଏବଂ ନ୍ୟୁଜ ଚ୍ୟାନେଲ ‘ନ୍ୟୁଜ-୭’ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ‘ନ୍ୟୁଜ-୭’ର କାର୍ଯ୍ୟକାରୀ ସଂପାଦକ ଶ୍ରୀ ଦେବ ନାରାୟଣ ସେଠୀ, ପ୍ରମେୟର ଡିଜିଏମ୍ (ସର୍କୁଲେସନ୍‌) ଶ୍ରୀ ଗଜେନ୍ଦ୍ର ଦାସ, ଏଜିଏମ୍ ଶ୍ରୀ ରମାକାନ୍ତ ମଲ୍ଲିକ୍ ଏବଂ ସୋଆର ଚିଫ୍ ଭିଜିଲାନ୍ସ ଅଫିସର ତଥା ଡାଇରେକ୍ଟର ରିସୋର୍ସେସ୍ ଶ୍ରୀ ଯୁଗଳ କିଶୋର ଦାସ ଉପସ୍ଥିତ ଥିଲେ ।
ପ୍ରମେୟର ବ୍ୟୁରୋ ଚିଫ୍ ଶ୍ରୀ ଦେବେନ୍ଦ୍ର ସୁଆର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ବିଜିନେସ

ଭୁବନେଶ୍ୱର, ଫେବୃଆରୀ ୫: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ...

ବିଜିନେସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍- ୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଦ୍ୱୈତ ନଗରୀରର ପୋଲିସ୍ କମିଶନର...

ବିଜିନେସ

ଭୁବନେଶ୍ୱର, ୦୬/୧୨ : ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ଠାରେ କାର୍ଡିଓ...

ବିଜିନେସ

ଭୁବନେଶ୍ୱର, ୨୬/୧୧ : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି...