Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ, ନାକ୍ ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ

ଭୁବନେଶ୍ୱର, ୨୦/୦୬: ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ ।

ମେ ୧୦, ୨୦୨୨ରୁ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତର ରହିବ । ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣ ଏବଂ ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତିଭୂମୀ ଓ ଶିକ୍ଷା ଗ୍ରହଣ ସଂଶାଧନ, ଛାତ୍ରଙ୍କ ସହଯୋଗ ଏବଂ ପ୍ରଗତି, ପ୍ରଶାସନ, ନେତୃତ୍ୱ ଏବଂ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ ଏବଂ ସର୍ବୋତମ ଅଭ୍ୟାସ ଭଳି ସାତଟି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା ।
ଗତ ମେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାକ୍‌ର ଏକ ୭ ଜଣିଆ ପିୟର୍ ଟିମ୍ ସଦସ୍ୟମାନେ ସୋଆର କ୍ୟାମ୍ପସ୍ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ କରିଥିଲେ ।
୨୦୦୯ ଏବଂ ୨୦୧୫ ରେ ଲଗାତର ଦୁଇ ଥର ସୋଆ ନାକ୍‌ର ସର୍ବୋଚ୍ଚ ‘ଏ’ ଗ୍ରେଡ ହାସଲ କରିଥିଲା । ମାତ୍ର ମୂଲ୍ୟାଙ୍କନ ନିମନ୍ତେ ପରିବର୍ତିତ ମାନଦଣ୍ଡ ୨୦୧୭ ଏପ୍ରିଲ୍ ମାସରୁ ଲାଗୁ ହୋଇଥିଲା ।
ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା । ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ଵର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ପଞ୍ଚମ ପାଳି। ଆଜି ଏହି କାର୍ଯ୍ୟକ୍ରମରେ ଏକ ନିଆରା ମାନବିକତା ପଣ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।...