Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ନେଇ ସୋଆ ଏବଂ ଆଇସିଏମ୍‌ଆର-ଆର୍‌ଏମ୍‌ଆର୍‌ସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଜୁନ୍ ୨୪ : ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପାରସ୍ପରିକ ସହଯୋଗ ନିମନ୍ତେ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଆଇସିଏମ୍‌ଆର୍‌- ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର (ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ।
ଏହି ବୁଝାମଣା ଅନୁଯାୟୀ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ଓ ସୋଆ ମିଳିତ ଭାବରେ ଟାସ୍କଫୋର୍ସ ଗବେଷଣା ଓ ପ୍ରକଳ୍ପ ନିମନ୍ତେ ରାଜ୍ୟ, ଜାତୀୟ ଏବଂ ଆନ୍ତିର୍ଜାତିକ ସ୍ତରରେ ଉପଲବ୍ଧ ଅନୁଦାନର ଉପଯୋଗ କରି ଗବେଷଣ।। କରିବେ ।
ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ପିଏଚ୍‌ଡି ସ୍କଲାରମାନେ ସୋଆରେ ମେଡିକାଲ୍ ସାଇନ୍ସ, ପବ୍ଲିକ୍ ହେଲ୍‌ଥ, ମାଇକ୍ରୋ ବାୟୋଲୋଜି, ଫାର୍ମାସି, ନର୍ସିଂ ଏବଂ ବାୟୋଟେକ୍ନୋଲୋଜି ବିଷୟରେ ଗବେଷଣା କରିବେ । ସେହିପରି ସୋଆ ମଧ୍ୟ ଆଇସିଏମ୍‌ଆର୍‌- ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକମାନଙ୍କୁ ପିଏଚ୍‌ଡି କାର୍ଯ୍ୟରେ ତତ୍ୱାବଧାନ କରିବା ନିମନ୍ତେ ରିସର୍ଚ୍ଚ ଗାଇଡ୍ ଏବଂ କୋ-ଗାଇଡ୍ ଭାବେ ସାମିଲ କରିବ ।
ଏହା ବ୍ୟତୀତ ଉଭୟ ସୋଆ ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ପିଏଚ୍‌ଡି ରିସର୍ଚ୍ଚ ସ୍କଲାରମାନେ ଉଭୟ ଅନୁଷ୍ଠାନର ଉପଲବ୍ଧ ସୁବିଧା ସୁଯୋଗକୁ ଗବେଷଣା ନିମନ୍ତେ ବ୍ୟବହାର କରିପାରିବେ । ଏହା ବ୍ୟତୀତ ସୋଆ ଏବଂ ସଂମ୍ପୃକ୍ତ କେନ୍ଦ୍ରୀୟ ଅନୁଷ୍ଠାନ ମଧ୍ୟରେ ମାଷ୍ଟର ଅଫ୍ ପବ୍ଲିକ୍ ହେଲ୍‌ଥ ପ୍ରୋଗ୍ରାମ ନିମନ୍ତେ ଫ୍ୟାକଲ୍ଟିମାନଙ୍କର ଆଦାନ ପ୍ରଦାନ କରାଯିବ ।
ପାଂଚ ବର୍ଷ ପାଇଁ ହୋଇଥିବା ଏହି ବୁଝାମଣା ପତ୍ରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ସ୍ୱାକ୍ଷର କରିଥିଲେ ।
ଏହି ଅବସରରେ ଡକ୍ଟର ପତି କହିଛନ୍ତି ଯେ ବୁଝାମଣା ଅନୁଯାୟୀ ଗବେଷଣାରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ଜନସ୍ୱାସ୍ଥ୍ୟକୁ ପ୍ରମୁଖ ସ୍ଥାନ ଦିଆଯିବ । ସୋଆ ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ଅନେକ ଗବେଷଣା କାର୍ଯ୍ୟରେ ସମ୍ପୃକ୍ତ ଥିବା ବେଳେ ଉଭୟ ଅନୁଷ୍ଠାନ ଏକ୍ରତ କାର୍ଯ୍ୟ କରି ଅଧିକ ସଫଳ ହୋଇପାରିବେ ।
ସୋଆ ଗବେଷଣା ଏବଂ କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଆଇସିଏମ୍‌ଆର୍ ଠାରୁ ପୂର୍ବରୁ ମଧ୍ୟ ଅନୁଦାନ ପାଇଥିବା ବେଳେ ଏହି ରାଜିନାମା ଦ୍ୱାରା ଏହା ଅଧିକ ଭାବେ କାର୍ଯ୍ୟକାରୀ ହୋଇପାରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଏହି ବୁଝାମଣା ଦ୍ୱାରା ମିଳିତ ଭାବେ ଅନେକ ଗବେଷଣା କାର୍ଯ୍ୟ, ସମ୍ମିଳନୀ ଏବଂ ସେମିନାର ହୋଇପାରିବ । ଦୁଇଟି ଅନୁଷ୍ଠାନ ମଧ୍ୟରେ ଏହା ଦ୍ୱାରା ସମ୍ପର୍କ ସୁଦୃଢ଼ ହେବ ବୋଲି ସେ କହିଥିଲେ ।
ବୁଝାମଣା ସ୍ୱାକ୍ଷର ହେବା ସମୟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଚିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଏବଂ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ କୁମାର ଆଚାର୍ଯ୍ୟ ଓ ଡକ୍ଟର ମହେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...