Connect with us

Hi, what are you looking for?

ବିଜିନେସ

ମେକ୍ ଇନ୍ ଓଡିଶା କନ୍‌କ୍ଳେଭ୍‌ରେ ସୋଆର ଷ୍ଟଲ

ଭୁବନେଶ୍ୱର, ୧/୧୨: ନିବେଶକ ମହାକୁମ୍ଭ ମେକ୍ ଇନ୍ ଓଡିଶା ନଭେମ୍ବର ୩୦ ବୁଧବାର ଠାରୁ ଆରମ୍ଭ ହୋଇଛି । ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମଧ୍ୟ ଷ୍ଟଲ ଖୋଲା ଯାଇଛି । ସୋଆର ଏହି ଷ୍ଟଲ୍ କୁ ଉଦ୍‌ଘାଟନ କରିଛନ୍ତି ଆଇଟି ସଚିବ ଶ୍ରୀ ମନୋଜ ମିଶ୍ର । କୃଷି ଓ ପଶୁ ସଂପଦ, ଦନ୍ତ ଚିକିତ୍ସା ଓ ଡାକ୍ତରୀ ଚିକିତ୍ସା କ୍ଷେତ୍ରକୁ ନେଇ ଏହି ଷ୍ଟଲ ପ୍ରଦର୍ଶିତ ହୋଇଥିଲା ।
ଏଥିସହିତ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜ୍‌ମେଂଟ ପକ୍ଷରୁ ମଧ୍ୟ ଏକ ଖାଦ୍ୟ ଷ୍ଟଲ୍ ଖୋଲା ଯାଇଥିଲା । ଏହି ଷ୍ଟଲକୁ ଏସଟିପିଆଇର ନିର୍ଦ୍ଦେଶକ ଶ୍ରୀ ମାନସ ପଣ୍ଡା ଉଦଘାଟନ କରିଥିଲେ । ଏହି ଫୁଡ୍ ଷ୍ଟଲରେ ଆମିଷ ଓ ନିରାମିଷ ଖାଦ୍ୟ ସହିତ ଓଡିଶାର ପାରମ୍ପାରିକ ଓଡିଆ ଖାଦ୍ୟ ମଧ୍ୟ ପରିବେଷଣ କରାଯାଇଥିଲା ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ପ୍ରୋଚାନସେଲର ପ୍ରଫେସର ଅମିତ୍ ବାନାର୍ଜୀ, ପ୍ରଫେସର ରେଣୁ ଶର୍ମା, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ଶଶାଙ୍କ ମିଶ୍ର, ପ୍ରମେୟ ଓ ନ୍ୟୁଜ ସେଭେନର ଗ୍ରୁପ ଏଡିଟର ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ ସେଭେନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ଦିଲ୍ଲୀରେ ଅବସ୍ଥାପିତ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ଓ ନିର୍ଦ୍ଦେଶକ ଲଜିଷ୍ଟିକ ଶ୍ରୀ ଦେବବ୍ରତ ଦାଶ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...