Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ପଞ୍ଚାୟତ ଭୋଟ ପାଇଁ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସହାୟତ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ଘୋଷଣା ଅନୁଯାୟୀ, ପୂର୍ବରୁ ଥିବା ମୃତ୍ୟୁ ଜନିତ ଅନୁକମ୍ପା ରାଶି ବଢ଼ାଇଯାଇଛି । ଏଣିକି ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା ମୂଳକ ସହାୟତା ରାଶି ମିଳିବ । ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ହେଲେ ମିଳିବ ଏହି ଅନୁକମ୍ପା ରାଶି । ସେହିପରି ଯଦି ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲା । ତେବେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ମିଳିବ । ହିଂସାରେ ଯଦି କୌଣସି ଅଙ୍ଗ ନଷ୍ଟ ହୁଏ । ତେବେ ୧୫ ଲକ୍ଷର ଟଙ୍କାର ଅନୁକମ୍ପା ରାଶି ମିଳିବ । ସେହିଭଳି ଡ୍ୟୁଟିରେ ଥାଇ କୋଭିଡରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କା । ନିକଟ ସମ୍ପର୍କୀୟଙ୍କୁ ଏହି ଅନୁକମ୍ପା ରାଶି ଦେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ବିଜିନେସ

ଭୁବନେଶ୍ୱର, ଫେବୃଆରୀ ୫: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ...

ବିଜିନେସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍- ୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଦ୍ୱୈତ ନଗରୀରର ପୋଲିସ୍ କମିଶନର...

ବିଜିନେସ

ଭୁବନେଶ୍ୱର, ୦୬/୧୨ : ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ଠାରେ କାର୍ଡିଓ...

ବିଜିନେସ

ଭୁବନେଶ୍ୱର, ୨୬/୧୧ : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି...