Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତକୁ ନେଇ କେସ ଥିଲେ ତୁରନ୍ତ ଜଣାଅ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ କୋର୍ଟରେ କେସ ଥିଲା ତୁରନ୍ତ ଜଣା ଅ। ଏନେଇ ସମସ୍ତ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଜିଲାପାଳ ମାନେ ଆସନ୍ତା 7 ତାରିଖ ଅପରାହ୍ନ 4 ଟା ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କ ନୁର୍ଦେଶ ଦେଉଛନ୍ତି। ଯାହାଫଳରେ ନିର୍ବାଚନ ଘୋଷଣା ନେଇ କିଛି ଅସୁବିଧା ହେବ ନାହିଁ ବୋଲି କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହା ସହିତ ରାଜ୍ୟ ନିର୍ବାଚନ କମିଶନ ୧୦ରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କମିଶନଙ୍କ ସଚିବ ସବୁ  ରାଜନୈତିକ ଦଳମାନଙ୍କୁ ଚିଠି ଲେଖିଛନ୍ତି । ୧୦ତାରିଖ ଦିନ ୧୧ଟା ୩୦ରେ ଗୀତି ଗୋବିନ୍ଦ ସଦନରେ ବୈଠକ ବସିବ । କିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ ।

ସେହିପରି ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ କିପରି କୋଭିଡ ପ୍ରୋଟକଲରେ ନିର୍ବାଚନ ହେବ ସେନେଇ ବି ଆଲୋଚନା ହେବାର ସୂଚନା ରହିଛି । ସେପଟେ ସଂକ୍ରମଣ ସମୟରେ ନିର୍ବାଚନ ହେବା ଉଚିତ କି ନାହିଁ ତାକୁ ନେଇ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଛି । କଂଗ୍ରେସ କହିଛି, ସଂକ୍ରମଣ ବଢିଲେ ନିର୍ବାଚନ ଘୁଞ୍ଚିବା ଦରକାର । ବିଜେପି କହିଛି, ସଂକ୍ରମଣକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଆଲୋଚନା କରି ନିଷ୍ପତ୍ତି ନିଆଯିବା ଉଚିତ । ବିଜେଡିର ମତ ଯଦି ୟୁପି ଭଳି ଦେଶରେ ସାଧାରଣ ନିର୍ବାଚନ ହୋଇ ପାରିବ ପଞ୍ଚାୟତ ନିର୍ବାଚନ କଟକଣା ଭିତରେ କରିବା ଅସୁବିଧା କେଉଁଠି ?

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...