Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଲାବ୍ରାଡର୍‌ ମୂତ୍ରାଶୟରୁ ବାହାରିଲା ୫୦ ଗ୍ରାମର ଷ୍ଟୋନ୍‌

ଲାବ୍ରାଡର୍‌ର ମୂତ୍ରାଶୟରୁ ବାହାରିଲା ୫୦ ଗ୍ରାମ ରୁ ଅଧିକ ଓଜନର ଷ୍ଟୋନ୍‌
ସୋଆ ଭେଟେରିନାରୀ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର, ୧୦/୦୮: ଏକ ଧଳା ଲାବ୍ରାଡରର ମୂତ୍ରାଶୟ ଏବଂ ପରିସ୍ରାନଳୀରୁ ଅସ୍ତ୍ରୋପଚାର ଜରିଆରେ ବହୁ ପରିମାଣର ପଥର ବାହାର କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ନୂଆଗାଁ ସ୍ଥିତ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌ର ପଶୁ ଚିକିତ୍ସକମାନେ ଏଭଳି ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି ।
ସାଢ଼େ ଚାରିବର୍ଷର ଏହି କୁକୁରଟିକୁ ପରିସ୍ରା କରିବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍‌କୁ ଅଣାଯାଇଥିଲା । ଏକ୍ସରେ କରାଯିବା ପରେ ପଶୁଟିର ମୂତ୍ରାଶୟ ଏବଂ ପରିସ୍ରାନଳୀରେ ଅନେକ ପଥର ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା । ଅନେକ ଭେଟେରିନାରୀ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତା’ର ଉପଯୁକ୍ତ ଚିକିତ୍ସା ସମ୍ଭବ ହୋଇପାରି ନଥିଲା ।
ସୋଆ ଅର୍ବାନ ହସ୍ପିଟାଲ୍‌ର ଅନୁଭୂତି ସମ୍ପନ୍ନ ସର୍ଜନମାନେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅସ୍ତ୍ରୋପଚାର ମାଧ୍ୟମରେ ବିଭିନ୍ନ ଆକାରର ପଥରଗୁଡ଼ିକୁ ବାହାର କରିଥିଲେ । ସୋମବାର ଦିନ ୩ ଜଣ ସର୍ଜନ୍ କୁକୁରଟିକୁ ଜେନେରାଲ୍ ଆନେସ୍‌ଥେସିଆ ଦେଇ ଅଚେତ୍ କରାଇବା ପରେ ଅସ୍ତ୍ରୋପଚାର କରିଥିଲେ । ମୂତ୍ରାଶୟକୁ କଟାଯାଇ ପ୍ରାୟ ୫୦ ଗ୍ରାମରୁ ଊର୍ଦ୍ଧ୍ୱ ଓଜନର ଏବଂ ବିଭିନ୍ନ ଆକାରର ପଥରଗୁଡ଼ିକୁ ବାହାର କରାଯାଇଥିଲା । ସେହିପରି ତା’ର ପରିସ୍ରାନଳୀରୁ ମଧ୍ୟ ଅନେକଗୁଡ଼ିଏ ପଥର ବାହାର କରାଯାଇଥିଲା । ସବୁ ପଥରଗୁଡ଼ିକୁ ରସାୟନିକ ପରୀକ୍ଷା ପାଇଁ ରଖାଯାଇଛି ।
ସର୍ଜରୀ ପରେ କୁକୁରଟି ସୁସ୍ଥ ଅଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

New Delhi: The National Confederation of Officers’ Associations (NCOA), representing over two lakh officers and an equal number of retirees from 255 Central Public...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୩୦ : ଅଂଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ ତୃତୀୟ ଥର ପାଇଁ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି । ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ଦିପାବଳି ପାଳନ କରିବେ । ଆଦିବାସୀ...