Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସୁଲୋଚନାଙ୍କ ଦମଦାର ପ୍ରଚାର, ସାମିଲ ହେଲେ ସାଂସଦ,ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ୱର:  ବିଏମସି ନିର୍ବାଚନ ଏବେ ସର ଗରମ ହେବାକୁ ଲାଗିଛି । ହେଭିୱେଟଙ୍କ ପ୍ରଚାର ରେ ଉଠୁଚିପଡୁଛି ରାଜଧାନୀ। ଆଜି ସୁଲୋଚନାଙ୍କ ପ୍ରଚାରରେ  ସାମିଲ ହୋଇଛନ୍ତି  ସାଂସଦ, ବିଧାୟକ ଓ ମନ୍ତ୍ରୀ।   ବିଜେଡିର ମେୟର ପ୍ରାଥୀ ସୁଲୋଚନା ଦାସ ଙ୍କ ସହିତ ସାଂସଦ ମୁନ୍ନା ଖାଁ, ବିଧାୟକ ଆମର ଶତପଥୀ,  ମନ୍ତ୍ରୀ ଅଶୋକ ପଣ୍ଡା ସାମିଲ ହୋଇ ଦମଦାର ପ୍ରଚାର କରିବା ସହ ରୋଡ଼ ସୋ ଓ ବାଇକ ରାଲି କରିଛନ୍ତି। ଆଉ  ଶହ ଶହ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ଜନ ସର୍ମଥନ ଲୋଡ଼ିବାରେ ଲାଗିଛନ୍ତି । ପ୍ରଚାର ସମୟରେ ବିଭିନ୍ନ ୱାର୍ଡର ମହିଳା, ଯୁବକ, ଯୁବତୀ ଓ ଶ୍ରମିକମାନେ ଅତି ଆଗ୍ରହର ସହ ଶ୍ରୀମତୀ ଦାସଙ୍କ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ।

ଗୁରୁବାର ଦିନ ସକାଳୁ ଶ୍ରୀମତୀ ଦାସ ୬୪ ନମ୍ବର ୱାର୍ଡରେ ଲୋକଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ତା’ପରେ ସ୍ଥାନୀୟ ସମର୍ଥକଙ୍କ ଦ୍ୱାରା ଆୟୋଜିତ ବିଶାଳ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ସେହିଭଳି ୬୩ ନମ୍ବର ୱାର୍ଡ ଅଞ୍ଚଳରେ ଶୋଭାଯାତ୍ରାରେ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଫୁଲତୋଡ଼ା ଦେଇଥିଲେ ଏବଂ ହୁଳହୁଳି ସହ ପୁଷ୍ପ ବୃଷ୍ଟି ମଧ୍ୟ କରିଥିଲେ । ୬୨ ନମ୍ବର ୱାର୍ଡର କାର୍ଗିଲ ବସ୍ତିଠାରୁ ସକାଳ ୭ ଟା ବେଳେ ପ୍ରଚାର ଶୋଭାଯାତ୍ରା ଆରମ୍ଭ କରି, ବୁଦ୍ଧିଜୀବି, ବ୍ୟବସାୟୀ ଓ ଶ୍ରମିକ ବର୍ଗର ବହୁ ସଂଖ୍ୟକ ଜନତାଙ୍କୁ ଭେଟି ସଦିଚ୍ଛା ଓ ସହଯୋଗ ଲୋଡ଼ିଥିଲେ । ୬୬ ନମ୍ବର ୱାର୍ଡ ଭ୍ରମଣ କରି ପ୍ରଚାର କରିବା ସମୟରେ ଲୋକଙ୍କ ସ୍ନେହ, ପ୍ରେମ ଓ ଭଲପାଇବା ସ୍ଵତଃ ବାରି ହୋଇ ପଡୁଥିଲା ।

ଏ ନିର୍ବାଚନ ଲଢେଇରେ ସଫଳତା ପାଇଁ ସବୁ ୱାର୍ଡର ଲୋକଙ୍କ ବିପୁଳ ସମର୍ଥନ ମୋର ବଡ ପୁଞ୍ଜି ବୋଲି ଶ୍ରୀମତୀ ଦାସ ମନ୍ତବ୍ୟ ଦେଇଛନ୍ତି ।

 

ଅପରାହ୍ନରୁ ରାତି ପର୍ଯ୍ୟନ୍ତ ମଧ୍ୟ ଜନ ସମ୍ପର୍କ କାର୍ଯ୍ୟକର୍ମ ଚାଲିଥିଲା ବେଳେ ବିଭିନ୍ନ ୱାର୍ଡର ସାଧାରଣ ଲୋକଙ୍କ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ ଆଗାମୀ ନିର୍ବାଚନରେ ଶ୍ରୀମତୀ ଦାସ ସହଯୋଗ କାମନା କରିଥିଲେ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...