Connect with us

Hi, what are you looking for?

ବିଜିନେସ

ବିଶ୍ୱ ସ୍ନାୟୁରୋଗ ଓ ମୁଣ୍ଡବିନ୍ଧା ଗବେଷଣା ସମାଜ ତରଫରୁ ସମ୍ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କୁ ଅନ୍ତରାଷ୍ଟ୍ରୀୟ ଫେଲୋସିପ୍ ସମ୍ମାନ

ଭୁବନେଶ୍ୱର, ଜୁଲାଇ ୩: ଜୁନ୍ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରରୁ ଯୋଗ ଦେଇଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସ୍ନାୟୁରୋଗ ଡାକ୍ତରଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ବିଶ୍ୱସ୍ତରୀୟ ସ୍ନାୟୁରୋଗ ବିଭାଗର ସର୍ବୋଚ୍ଚ ଗବେଷଣା ସମାଜର ସର୍ବୋଚ୍ଚ ଉପାଧି ଏବଂ ଏହି ସମ୍ମାନ ପାଇବାରେ ସାରା ଓଡିଶାରେ ପ୍ରଫେସର ଚୌଧୁରୀ ପ୍ରଥମ ।
ପ୍ରଫେସର ଚୌଧୁରୀ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋଲୋଜି ବିଭାଗରେ ବିଗତ ୬ ବର୍ଷ ହେବ ବିଭିନ୍ନ ପ୍ରକାର ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ରୋଗ ଉପରେ ଗବେଷଣା କରିବା ସହିତ ନୂତନ ଚିକିତ୍ସା ପଦ୍ଧତିରେ ଶିକ୍ଷା ଲାଭ କରିଛନ୍ତି ।
ଏହି ଗବେଷଣା ଓ ପରୀକ୍ଷାରେ ସାରା ବିଶ୍ୱରେ ସେ ୨ୟ ସ୍ଥାନ ଅର୍ଜନ କରିଛନ୍ତି । ବାହାର ଦେଶ ଭଳି ଓଡିଶାରେ କିପରି ଉନ୍ନତ ପ୍ରଯୁକ୍ତି ବିଦ୍ୟାରେ ବିଭିନ୍ନ ପ୍ରକାର ସ୍ନାୟୁରୋଗର ଚିକିତ୍ସା କରାଯାଇପାରିବ ତାହା ପ୍ରଫେସର ଚୌଧୁରୀଙ୍କ ମୂଳ ଲକ୍ଷ୍ୟ । ଚିକିତ୍ସା ଅଭାବରୁ ରୋଗୀମାନଙ୍କୁ ହଇରାଣ ହୋଇ ରାଜ୍ୟ କି ଦେଶ ବାହାରୁ କିପରି ଆଉ ଯିବାକୁ ନ ପଡିବ ଏବଂ ଆମ ରାଜ୍ୟରେ ଉନ୍ନତ ମାନର ଚିକିତ୍ସା ଯୋଗାଇ ହେବ ତା ପାଇଁ ସେ ସର୍ବଦା ଚେଷ୍ଟା କରିବେ ବୋଲି ପ୍ରଫେସର ଚୌଧୁରୀ କହିଛନ୍ତି ।
ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରୁ ଯୋଗ ଦେଇଥିଲେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱ । ବିଶ୍ୱ ହେର୍ଡଆର୍କ ସୋସାଇଟିର ସଭାପତି ପ୍ରଫେସର ଡାକ୍ତର ଜନ୍ ରଥରକ୍‌, ଉପସଭାପତି ପ୍ରଫେସର ଡାକ୍ତର ଯୋଶୀ ବିଲ୍ଲର, ଅଧ୍ୟକ୍ଷ ଡାକ୍ତର ପ୍ରବିନ୍ ଥୋମାସ୍ ଓ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦିନେସ୍ ଜୀ ରାଓ ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇ ପ୍ରଫେସର ଚୌଧୁରୀଙ୍କୁ ସମ୍ମାନିତ କରିଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...