Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଖରା କମ ବର୍ଷା ଅଧିକ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଖରା କମ ବର୍ଷା  ଅଧିକ।  ଏପ୍ରିଲରେ ଲା ନିନାର ପ୍ରଭାବ ଯୋଗୁ ବର୍ଷା ସମ୍ଭାବନା ଥିବାବେଳେ  ଗରମ କମିବ । ମେ ମାସରୁ ଅଗଷ୍ଟ ଭିତରେ ନିଉଟ୍ରାଲ୍‌ ଏଲ୍‌ ନିନା ସାଉଥର୍ଣ୍ଣ ଓସିଲେସନ୍‌ର ପ୍ରଭାବ ଯୋଗୁ ବର୍ଷା ହେବ ଓ ତାପମାତ୍ରା କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

ବିଶ୍ୱର ବିଭିନ୍ନ ପାଣିପାଗ ତଥା ଜଳବାୟୁ ଗବେଷଣା ସଂସ୍ଥା ଦ୍ୱାରା ସାମୁଦ୍ରିକ ଜଳପତ୍ତନର ଓ ବାୟୁମଣ୍ଡଳର ତାପମାତ୍ରାକୁ ନେଇ ବିଶ୍ଲେଷଣ କରୁଛନ୍ତି । ସେମାନଙ୍କ ତଥ୍ୟକୁ ବିଶ୍ଲେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି, ଏପ୍ରିଲ ମାସରେ ରାଜ୍ୟର ତାପମାତ୍ରା ସ୍ୱାଭାବିକ ରହିବ । ମେ ମାସରୁ ଜୁଲାଇ ଯାଏ ତାପମାତ୍ରା କମ୍‌ ରହିବାର ସମ୍ଭାବନା ୪୦ରୁ ୬୦% ।

ସେହିଭଳି ଏପ୍ରିଲରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା କମ୍‌ ହେବାର ସମ୍ଭାବନା ରହିଛି । ମେ ଓ ଜୁନ୍‌ରେ ଅଧିକ ବର୍ଷା  ହେବାର ସମ୍ଭାବନା ରହିଛି । ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହୋଇପାରେ । ଜୁନ୍‌ ମାସରେ ଅଧିକ ବର୍ଷା ଓ କମ୍‌ ତାପମାତ୍ରା ଦର୍ଶାଉଛି ଯେ ମୌସୁମୀର ପ୍ରଭାବ ଠିକ୍‌ ରହିବ । ମେ ମାସରେ କମ୍‌ ଗରମ ସହ ମଝିରେ ମଝିରେ ବର୍ଷା ହୋଇପାରେ । କିନ୍ତୁ ଖ୍ୟାତନାମା ପତ୍ରିକା ‘ଡାଉନ୍‌ ଟୁ ଆର୍ଥ’ର ରିପୋର୍ଟ କହୁଛି, ଯେଉଁ ବର୍ଷ ଲା ନିନା ପ୍ରଭାବରେ ଶୀତ ପ୍ରକୋପ ଅଧିକ ରୁହେ ଓ ଲମ୍ବା ଚାଲେ, ସେହି ବର୍ଷ ଖରାଦିନେ ତାତିର ପ୍ରକୋପ ପ୍ରଚଣ୍ଡ ରୁହେ । ଯଦିଓ ଏହା ସ୍ୱଳ୍ପ ଅବଧି ପାଇଁ ସୀମିତ ରହିବ ।

ଏନଭର୍ଣ୍ଣମେଣ୍ଟ ରିସର୍ଚ୍ଚ ଲେଟର୍ସ-୨୦୧୮ରେ ଗବେଷଣାଭିତ୍ତିକ ତଥ୍ୟ ଦିଆଯାଇଛି ଯେ, ଲା ନିନା ଶୀତ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପେକ୍ଷାକୃତ କମ୍‌ ବର୍ଷା କରାଏ ।ବିଭିନ୍ନ ମଡେଲକୁ ଆଧାର କରି ପ୍ରଫେସର ପଶୁପାଳକ କହିଛନ୍ତି, ଖରା ଦିନେ ଅଧିକ ଗରମର ଆଶଙ୍କା ନାହିଁ । ତେବେ ମୌସୁମୀ ଆଗମନ ସମୟରେ ଭଲ ବର୍ଷା ହୋଇପାରେ । ସାମୁଦ୍ରିକ ଓ ବାୟୁମଣ୍ଡଳର ସ୍ଥିତି ଉପରେ ମୌସୁମୀ ବର୍ଷା ପ୍ରଭାବ ନିର୍ଭର କରେ । ତେବେ ବିଷୁବ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରର ତାପମାତ୍ରା ଉପରେ ନିର୍ଭର କରୁଥିବା ଏନଏସ୍‌ଓ (ଏଲ୍‌ ନିନା ସାଉଥର୍ଣ୍ଣ ଓସିଲେସନ୍‌), ଇଣ୍ଡିଆନ୍‌ ଓସନ୍‌ ଡାଇପୋଲ୍‌ (ଆଇଓଡି) ଏବଂ ଏମଜେଓ ମେଡେନ୍‌ ଜୁଲିଅନ୍‌ ଓସିଲେସନ୍‌) ଯୋଗୁ ଖରା ଓ ବର୍ଷାର ପ୍ରଭାବ କମ୍‌ ବା ବେଶି ହୁଏ । ଆଉ କିଛି କ୍ଷେତ୍ରରେ ଉତ୍ତର ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ହେଲେ ମୌସୁମୀ ବର୍ଷା ପ୍ରଭାବିତ ହୁଏ । ଫେବ୍ରୁୟାରୀ ଯାଏ ପଶ୍ଚିମା ଝଡ଼ର ପ୍ରଭାବ ରୁହେ । ଖରା ଦିନେ ବର୍ଷା ଓ ଗରମ ମଧ୍ୟ ଏହାଦ୍ୱାରା ବଦଳିଥାଏ ।

ଫେବ୍ରୁଆରୀ ମାସରେ ବାୟୁମଣ୍ଡଳର ଯେଉଁ ସ୍ଥିତି ରହିଛି ଏହା ଉପରେ ପୂର୍ବାନୁମାନ କରି ପ୍ରଫେସର ପଶୁପାଳକ କହିଛନ୍ତି, ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା କମ୍‌ ରହିଛି । ଏଥିଯୋଗୁ ଲା-ନିନାର ପ୍ରଭାବ ରହୁଛି । ଏପ୍ରିଲ ମାସରେ ବି ଲା-ନିନାର ପ୍ରଭାବ ରହିବ । ମେ ମାସରୁ ଅଗଷ୍ଟ ଯାଏ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା ବଢ଼ିବ । ଏଥିପାଇଁ ନିଉଟ୍ରାଲ୍‌ ଇନଏସ୍‌ଓ ରହିବ । ଉଭୟ ଲା-ନିନା ଓ ନିଉଟ୍ରାଲ୍‌ ଇନଏସ୍‌ଓ ପ୍ରଭାବରେ ବର୍ଷା ଅଧିକ ହୁଏ । ଫଳରେ ତାପମାତ୍ରା କମିବ ବୋଲି ସେ ଆକଳନ ଲଗାଇଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...