Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

୫ ଦିନ ଯାଏଁ ଲାଗି ରହିବ ଅସହ୍ୟ ତାତି, ବଢିବ ୧ରୁ୫ଡିଗ୍ରୀ ତାପମାତ୍ରା

ଭୁବନେଶ୍ୱର:  ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଆଗକୁ ଆହୁରି ବଢିବ ତାତି । ଆଗାମୀ ୫ ଦିନ ଯାଏଁ ତାପମାତ୍ରା ବଢିବା ସହ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ୧ ରୁ ୫ ଡିଗ୍ରୀ ଯାଏଁ ବିଭିନ୍ନ ଜ଼ିଲ୍ଲାର ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ କହିଥିବା ବେଳେ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ତେବେ ଆଜି ରାଜ୍ୟର ୨୭ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

ବଲାଙ୍ଗୀର ସହର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪ ଡିଗ୍ରୀ ଆତିକ୍ରମ କରିଛି । ଟିଟିଲାଗଡ଼ରେ ୪୩.୮ ଡିଗ୍ରୀ, ଅନୁଗୁଳ ୪୩.୭, ସୋନପୁର ୪୩.୪, ବାରିପଦା ଓ ଝାରସୁଗୁଡ଼ାରେ ୪୩.୨, ତାଳଚେର ଓ ସମ୍ୱଲପୁରରେ ୪୩ ଡିଗ୍ରୀ ତାପମାତ୍ରା ରହିଛି ।  ସେହିପରି ବାରିପଦାଓ ଝାରସୁଗୁଡ଼ାରେ ୪୩.୨, ତାଳଚେର ଓ ସମ୍ୱଲପୁରରେ ୪୩, ହୀରକୁଦରେ ୪୨.୬, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୨.୫ ଡିଗ୍ରୀ, ବୌଦ୍ଧ, ଦେବଗଡ଼ ଢେଙ୍କାନାଳରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଛି ।

ଅନ୍ୟପଟେ କେନ୍ଦ୍ରାପଡ଼ାରେ ୪୨.୨, ଖୋର୍ଦ୍ଧା ଓ ବରଗଡ଼ରେ ୪୨ ଡିଗ୍ରୀ, କଟକ ୪୦.୨ ଓ ଭୁବନେଶ୍ୱରରେ ୪୦.୮ ଡିଗ୍ରୀ ତାପମାତ୍ରା ରହିଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...