Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଅଗ୍ନିବୀରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ସୁଯୋଗ ତିଆରି କରାଯାଉଛି -ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରୀୟ ବିଦ୍ୟାଳୟ, ସନ୍ଧୋଲର ଶିଳାନ୍ୟାସ ସହ ଧର୍ମପୁର ଠାରେ ନୂଆ କେଭିର ଉଦଘାଟନ
 ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାର ଲାଭ ହିମାଚଳ ପ୍ରଦେଶର ସବୁ ଘରେ ଘରେ ପହଁଚିଛି
 ସେବା, ସୁଶାସନର ସଂସ୍କୃତି ଦ୍ୱାରା ମୋଦି ସରକାରଙ୍କ ହାତମୁଠାକୁ ମଜବୁତ୍ କରାଯାଉଛି
 ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆସନ୍ତାକାଲି ହିମାଚଳ ପ୍ରଦେଶର କାଙ୍ଗଡା ଫୋର୍ଟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ
ହମିରପୁର/ହିମାଚଳ ପ୍ରଦେଶ, ଜୁନ ୨୦ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଦ୍ୱାରା ଯୁବବର୍ଗଙ୍କୁ ସର୍ବୋତମ ଅଗ୍ନିବୀର କରିବାର କଳ୍ପନା ରହିଛି । ଅଗ୍ନିପଥ ଯୋଜନା ରାଷ୍ଟ୍ର,
ସେନା ଏବଂ ଆମର ଯୁବକମାନଙ୍କ ପାଇଁ ଫଳପ୍ରଦ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହିମାଚଳ ପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୋମବାର ମୋଦି ସରକାରଙ୍କ ୮ ବର୍ଷର ସେବା,
ସୁଶାସନ ଓ ଗରିବ କଲ୍ୟାଣର ପୂର୍ତି ଅବସରରେ ହମିରପୁର ଠାରେ ଆୟୋଜିତ ‘ତ୍ରିଦେବ ସମ୍ମିଳନୀ’ରେ ଯୋଗଦେଇ ସେ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଶର ସେନାବାହିନୀରେ ଯୁବଶକ୍ତି ବଢ଼ାଇବା ସହ ସେନାକୁ ଆଧୁନିକ ଓ ସଶକ୍ତ କରିବା ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଛି । ଅଗ୍ନିବୀରମାନେ ସେନାବାହିନୀରେ ୪ ବର୍ଷ ସେବା କରିବା ପରେ ଚାକିରିର ନୂଆ ସୁଯୋଗ ସହ ଯୋଡ଼ିବା ପାଇଁ ଅନେକ ସମ୍ଭାବନା ତିଆରି କରାଯାଉଛି । ଅଗ୍ନିବୀରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଉଦ୍ୟୋଗ ଜଗତ ସରକାରୀ ଆଭିମୁଖ୍ୟ ସହିତ କାର୍ଯ୍ୟ କରୁଛନ୍ତି ।
ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କୁ ସୁବିଧା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସହଯୋଗୀ ହୋଇଛି । ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । କାର୍ଯ୍ୟର ଅଭିଜ୍ଞତାକୁ ନେଇ ମଧ୍ୟ କ୍ରେଡ଼ିଟରେ ରୂପାନ୍ତରିତ କରାଯିବା ନେଇ ନୀତିରେ ଉଲ୍ଲେଖ ରହିଛି । ଅର୍ଥାତ୍ କୌଣସି ପ୍ରଶିକ୍ଷଣକୁ ଦ୍ୱାରା ତାହାକୁ କ୍ରେଡ଼ିଟ୍ ଫ୍ରେମୱାର୍କରେ ଯୋଡ଼ିବାର ଯୋଜନା କରାଯାଉଛି । ଏହି ଆଧାରରେ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ ନିଜର ସ୍ୱାୟତ ସଂସ୍ଥା, ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନଆଇଓଏସ୍‌) ମାଧ୍ୟମରେ ଏକ ବିଶେଷ କାର୍ଯ୍ୟକ୍ରମର ଆରମ୍ଭ କରୁଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...