Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୩ ଦାମୀ ବାଇକ ସହ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ରେଡ୍‌ ହୋଇଛି । ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ସମେତ ଏକକାଳୀନ ୬ଟିସ୍ଥାନରେ ରେଡ୍ ଚାଲିଛି । ତେବେ ରେଡ୍‌ ହୋଇଥିବା ସ୍ଥାନଗୁଡିକ ମଧ୍ୟରେ ଭୁବନେଶ୍ବରସ୍ଥିତ  R & B ଡିଭିଜନ୍‌-IV ସ୍ଥିତ ଅଫିସ, ଭୁବନେଶ୍ବର ପଟିଆ ଶ୍ରୀବିହାର ସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟ, ଭୁବନେଶ୍ବର ରଘୁନାଥପୁର ଅଞ୍ଚଳରେ ଥିବା ତିନି ମହଲା ଘର, ଢେଙ୍କାନାଳ ତାରିଣୀନଗର ସ୍ଥିତ ତିନି ମହଲା ବିଶିଷ୍ଟ ପ୍ଲଟ୍‌, ଢେଙ୍କାନାଳ ସଦର ଏଳସୁଆ ମଉଜା ସ୍ଥିତ ବିଲ୍ଡିଂ, ଅନୁଗୁଳ ଜିଲ୍ଲା କଣିହା ସ୍ଥିତ ପୈତୃକ ଘରେ ରହିଛି ।  ଚଢ଼ାଉ ବେଳେ ଭିଜିଲାନ୍ସ ତିନୋଟି ଦାମୀ ବାଇକ ସହ ୮୪ହଜାର୫୦ଶହ ଟଙ୍କା ନଗଦ  ଜବତ କରିଛନ୍ତି।  ଗୋଟିଏ ବାଇକ ଦାମ ହେବ 7ରୁ 8ଲକ୍ଷ ଟଙ୍କା।

ତେବେ ଢେଙ୍କାନାଳ ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ୱାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ୫ ଜଣ ଡିଏସ୍‌ପି, ୧୧ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

 

1.Cash Rs 84,500

2.Hundai I 10 car bearing registration No OD,-05 C- 5098 in name of Sri Àjaya Kumar Mishra- Cost 8 lakhs.

3.Harley Davidson M/c- OD-02- AQ-9513.
Cost-7 lakhs

3.Ducati M/C-OD 02AY 6444 in the name of Avinas Mishra,S/o- Ajaya Kumar Mishra,
Cost-8 lakhs

4.Harley Davidson M/C- OD-02AT6700 in the name of Avinas Mishra,
Cost-5.4 lakhs

5.Grazia Scooty scooter-OD-06G-5998 in the name of Ajaya Kumar Mishra,
Cost-70,000/-

6.Dio scooter OD02AZ7800 in the name of Avinas Mishra,
Cost-55,000/-

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...