Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କାଲି ଭୋଟ, ଭୋଟ ପରିଚୟ ପତ୍ର ନଥିଲେ ସାଥିରେ କଣ ନେବେ, ଦେଖନ୍ତୁ

ଭୁବନେଶ୍ୱର: ବୁଧବାର ହେବାକୁ ଥିବା ୧ମ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି ଚୂଡାନ୍ତ । ମଙ୍ଗଳବାର ଅପରାହ୍ନ ସୁଦ୍ଧା ପୋଲିଂ ପାର୍ଟି ସମସ୍ତ ବୁଥରେ ପହଞ୍ଚିବେ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବୁଧବାର ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ହେବ ମତଦାନ। ଏଥିପାଇଁ ପୋଲିଂ ଅଧିକାରୀଙ୍କୁ ମତଦାନ ହେବାକୁ ଥିବା ବୁଥରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିହ୍ନଟ ହୋଇଥିବା ତଥ୍ୟ ଅନୁସାରେ ୨୨୩୭୯ଟି ବୁଥ୍‌ ମଧ୍ୟରୁ ୩୩୫୭ଟି ସମ୍ବେଦନଶୀଳ ରହିଛି । ପ୍ରାୟ ୨୨୫ ପ୍ଲାଟୁନ ପୋଲିସ ଫୋର୍ସ ବୁଥ୍‌ର ସୁରକ୍ଷା ଦାୟିତ୍ୱରେ ମୁତୟନ କରାଯାଇଛି ।  ୨୦୦ ଜିଲ୍ଲାପରିଷଦ ଜୋନ ପାଇଁ  ୭୨୬ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେବେ।

ସେହିପରି ମତଦାନ ଲାଗି ପରିଚୟ ପତ୍ର ବାଧ୍ୟତାମୂଳକ । ଭୋଟର ଆଇ କାର୍ଡ ନଥିଲେ ମଧ୍ୟ ଅନ୍ୟ ୧୩ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ,  ପଡି କାର୍ଡ ଭଳି ପରିଚୟ ପତ୍ର  ଭୋଟ ଦାନ କେନ୍ଦ୍ରରେ ଦେଖାଇ ଭୋଟ ଦେଇପାରିବେ।

ବୁଥ୍‌କୁ ଯିବା ସମୟରେ ମାସ୍କ ପିନ୍ଧିବା ଜରୁରୀ । ଭୋଟ ଦାନ କେନ୍ଦ୍ରରେ କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶେଷ ୧ଘଣ୍ଟା ଅର୍ଥାତ ଦିନ ୧୨ଠାରୁ ଗୋଟାଏ ପର୍ଯ୍ୟନ୍ତ କୋଭିଡ ରୋଗୀ ଭୋଟ ଦେବେ। ଯଦି ଡାକ୍ତର ଖାନାରେ ଥିବେ ତା ହେଲେ  ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାଇବେ। ଡାକ୍ତରଖାନା ସମ୍ପୁକ୍ତ ବୁଥର ପ୍ରିଜାଡ଼ିଙ୍ଗ ଅଫିସରଙ୍କୁ ତାଲିକା ଦେବେ। ତାଲିକା ଦେବା ପରେ ସେମାନେ ଶେଷ ଘଣ୍ଟା ରେ ଆସି ଭୋଟ ଦେବେ।   ସମସ୍ତଙ୍କୁ କରୋନା କଟକଣା ମାନିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଅପିଲ୍ କରିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...