Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଅଭିଯୋଗ କଲା କଂଗ୍ରେସ

ଭୁବନେଶ୍ୱର ତା. ୩୦.୩- ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ନେତୃତ୍ୱରେ ୫୦ ରୁ ଅଧିକ ମହିଳା ଭୁବନେଶ୍ୱର ମହିଳା ଥାନାକୁ ଯାଇ କଂଗ୍ରେସ ଭବନରେ ହୋଲି ଦିନ କଂଗ୍ରେସ ଭବନରେ ନିଶା
ମହାରଣା ଯେଉଁ ଅସଭ୍ୟ ଓ ଅଭଦ୍ର ଭାଷ କଂଗ୍ରେସ ନେତୃବର୍ଗଙ୍କ ପ୍ରତି ପ୍ରୟୋଗ କରିବା ଏବଂ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲା ତା ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ଏକ କେସ ଦାୟର କରିଛନ୍ତି । ମହିଳା ଥାନାର ଇନସ୍‌ପେକ୍ଟର ଏହି ଏଫଆଇରକୁ ରେଜିଷ୍ଟ୍ରିଭୁକ୍ତ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ନେତୃମଣ୍ଡଳୀ ଥାନା ଇନସ୍‌ପେକ୍ଟରଙ୍କୁ ନିଶା ମହାରଣାଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦୃଢ଼ ଦାବି ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମରେ ଯେଉଁଭଳି ଅଶାଳୀନ ବିବୃତି ଦେଉଛନ୍ତି ତାହା ଆମ ସମାଜକୁ ପଥଭ୍ରଷ୍ଟ କରିବା ସହିତ ଆମ ସାମାଜିକ ଓ ପାରିବାରିକ ଜୀବନରେ ଅତ୍ୟନ୍ତ ଅରୁଚିକର ହୋଇପଡ଼ୁଛି ବୋଲି କହିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...