Connect with us

Hi, what are you looking for?

TV

ଆସନ୍ତା କାଲି ପ୍ରତ୍ୟେକ ସବ୍‌ଡିଭିଜନରେ ବିଜେପି ଆନ୍ଦୋଳନ କରିବ

ଭୁବନେଶ୍ୱର, ତା ୧୦/୧୨: ବିଜେଡି ସରକାରରେ ମଦର ଭୂ-ସ୍ୱର୍ଗ ପାଲଟିଛି ଓଡ଼ିଶା । ରାଜ୍ୟ ସରକାରଙ୍କ ଅନୁକମ୍ପାରେ “ସାହୁ ବ୍ରଦର୍ସ ଆଣ୍ଡ କୋ” ଠୁଳ କରିଛି ୫୦୦କୋଟିର କଳା ଟଙ୍କା । ବିଜେଡିର ଭ୍ରଷ୍ଟ ଶାସନରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି । ଯେଉଁଭଳି ଭାବରେ ଓଡ଼ିଶାରେ ବିଜୁ ଜନତା ଦଳ ସରକାରର ପ୍ରୋତ୍ସାହନରେ କଂଗ୍ରେସ ସାଂସଦଙ୍କ ଦ୍ୱାରା ଚାଲିଥିବା ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି ତାହା ସାରା ଓଡ଼ିଶାକୁ ଆଜି ବିଚଳିତ କରିଛି । ବିଜେଡି ସରକାରର ବିନା ପ୍ରୋତ୍ସାହନରେ କ’ଣ କେହି ୫ଶହ କୋଟିର କଳାଟଙ୍କା ନିର୍ଭୟରେ ଜମା ରଖିପାରିବ କି? ଏହା ପଛରେ ବିଜୁ ଜନତା ଦଳ ସରକାରର ଅଭୟ ସୁରକ୍ଷା ରହିଆସିଛି । “ସାହୁ ବ୍ରଦର୍ସ ଆଣ୍ଡ କୋ”ଙ୍କ ସମେତ ମଦ ମାଫିଆମାନଙ୍କର ଯେଉଁଭଳିଭାବରେ ଓଡ଼ିଶାରେ କଳାଟଙ୍କାର ବେପାର ବଢ଼ିଛି ତା’ପଛରେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଅବକାରୀ ନୀତି ଦାୟୀ । ରାଜ୍ୟ ସରକାର ଅବକାରୀ ନୀତିରେ ଦୁର୍ନୀତି କରି ମଦ ମାଫିଆଙ୍କୁ ଅଜାଚିତ ଲାଭ ଦେଉଛନ୍ତି ଓ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢ଼ୁଛି । କେବଳ ସେତିକି ନୁହେଁ ମଦ ମାଫିଆଙ୍କ ସ୍ୱାର୍ଥରେ ଓଡ଼ିଶାରେ ଦେଶୀ, ବିଦେଶୀ ମଦର ବନ୍ୟା ସୃଷ୍ଟି କରି ଓଡ଼ିଆଙ୍କୁ ଲୁଟୁଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି (ଡିସେମ୍ବର ୧୧) ରାଜ୍ୟର ସମସ୍ତ ସବ୍‌ଡିଭିଜନ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେଡି ସରକାରର ଏହି ମଦ ଦୁର୍ନୀତି ଓ ଗଚ୍ଛିତ ବିପୁଳ କଳାଟଙ୍କା ବିରୋଧରେ ପ୍ରତିବାଦ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଟ୍ୱିଟ୍ କରି ଜଣାଇଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

*ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି *ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା* *ଚଳିତ ଫେବୃଆରୀରୁ ଲାଗୁହେବ *ଫେବ୍ରୁୟାରୀ 20 ରୁ 25 ମଧ୍ୟରେ ବର୍ଦ୍ଧିତ ପେନସନ୍ ମିଳିବ*....

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବଦଳିବ ରାଜ୍ୟ ବିଜେପିର ରୂପ। ମାସକମଧ୍ୟରେ ବଡ ଧରଣର ଅଦଳବଦଳ। ଜଣେ ଯୁବ ନେତା ହେବେ ରାଜ୍ୟ ବିଜେପିର ଚେହେରା। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଶୀର୍ଷ ସ୍ତରର ନେତା।...

ଓଡ଼ିଶା ନ୍ୟୁଜ

ଅନୁଗୁଳ: ଭାରତୀୟ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ର ତାଳଚେର – ଅନୁଗୋଳ ଚାପ୍ଟର ଓ Wallet4Wealth ଦ୍ଵାରା ପୁଞ୍ଜି ବଜାର ଓ ମ୍ୟୁଚୁଆଲ ଫଣ୍ଡ ଶୀର୍ଷକ ବିଷୟରେ ଏକ ଆଲୋଚନା ଚକ୍ର...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ରାଜନୀତିକୁ ଏଣ୍ଟ୍ରି କରିଛନ୍ତି ସାହୁ ଘର ବୋହୁ। ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ପ୍ରାର୍ଥୀନୀ ହୋଇଛନ୍ତି। ବୁଧବାର ଅସ୍ତରଙ୍ଗ ବ୍ଲକରେ ସେ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ସରପଞ୍ଚ...