Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଫେରିଲେ ମୋକିମ, ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର: କଂଗ୍ରେସ ତାଙ୍କ ଉପରୁ ନିଲମ୍ବନ ହଟାଇବା ପରେ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ମହମ୍ମଦ ମୋକିମ। ଆଗକୁ କାର୍ଯ୍ୟକ୍ରମକି ଅଧିକ ତ୍ୱରାନ୍ୱିତ କରିବି ବୋଲି କହିଛନ୍ତି।
ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ, ଦଳ ଯାହା ଦାୟିତ୍ୱ ଦେବ କରିବି ବୋଲି ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପ୍ରାୟ ଛଅ ମାସ ପରେ ଦଳକୁ ଫେରିଲେ ଦୁଇ ନେତା। କଂଗ୍ରେସ ଦଳ ତରଫରୁ ପ୍ରତିନିଧିତ୍ଵ କରୁଥିବା ଉପକୂଳର ଦୁଇ ହେଭିୱେଟ ଏବେ ଏକପ୍ରକାର ନିଶ୍ଵାସ ମାରିଛନ୍ତି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି ରାଜ୍ୟ କଂଗ୍ରେସ। ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରିନିଆଯାଇଛି।

15ଜୁଲାଇ 2023 ରେ କଟକ ବାରବାଟି ବିଧାୟକ ମୋକିମ ଓ ଚିରଞ୍ଜିବଙ୍କୁ ଦଳ ନିଲମ୍ବନ କରିଥିଲା। ସୂଚନା ଭବନରେ ଆୟୋଜିତ ଜାନକୀ ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନା ରେ ଯୋଗ ଦେଇ ଦଳ ବିରୋଧୀ ମନ୍ତବ୍ୟ ଉଭୟ ଦେଇଥିଲେ। ଯେଉଁଥି ପାଇଁ AICC ଶୃଙ୍ଖଳା କମିଟି ଉଭୟ ଙ୍କୁ ନିଲମ୍ବନ କରିଥିଲା। ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କୋରାପୁଟ ର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଙ୍କୁ ଜାନୁଆରୀ 19, 2019 ଦଳ ନିଲମ୍ବନ କରିଥିଲା। ଆଗକୁ ନିର୍ବାଚନ ଥିବାରୁ ଦଳ ଏହି ବରିଷ୍ଠ ନେତା ଙ୍କ ଉପରୁ ଆଜି ନିଲମ୍ବନ ହଟେଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପ୍ରଭାରୀ ଅଜୟ କୁମାର।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like