Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି

କଟକ: ବିଜେଡିରୁ ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଭର୍ତ୍ତୃହରି ଇସ୍ତଫା ଦେଇଛନ୍ତି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ସାଂସଦ ଭର୍ତ୍ତୃହରି । ସେ ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସାଂସଦ ଭାବେ ମୁଁ ମୋ କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇଛି ।

ବିଜେଡିରେ ସଂଶୋଧନର ଆବଶ୍ୟକତା ଅଛି । ଦଳ ଦୁର୍ନୀତି ବିରୋଧରେ ଗଠନ ହୋଇଥିଲା । ଏବେ ଦଳର ସଂଚାଳନ ଏବଂ ପରିଚାଳନାରେ ସଂଶୋଧନ ଆବଶ୍ୟକ । ସଂଶୋଧନ ପାଇଁ ମୁଁ ଚେଷ୍ଟା କରିଛି, କିନ୍ତୁ ସମ୍ଭବ ହେଲାନି । ମୋ ଅନୁଭବକୁ ପ୍ରକାଶ କରିବାର ସୁଯୋଗ ନାହିଁ । ଭାବ ପ୍ରକାଶ କଲେ ସମାଲୋଚନା ଅଧିକ ହେଉଛି । ୨ ବର୍ଷ ହେଲା ମୁଁ କୌଣସି ମତ ପ୍ରକାଶ କରୁନାହିଁ । ଧର୍ଯ୍ୟର ଏକ ସୀମା ଥାଏ, କିନ୍ତୁ ଏବେ ସୀମା ଅତିକ୍ରମ କରିସାରିଛି ।

ସାଗର ଓ ରାବଣ ଉପାଖ୍ୟାନ ଉଠାଇଲେ ଭର୍ତ୍ତୃହରି । ରାବଣ ବିରୁଦ୍ଧରେ ସଂଗ୍ରାମ ପାଇଁ ସାଗର ସହ ଲଢେଇ ପାଇଁ ରାମ ପ୍ରସ୍ତୁତ ହୋଇଥିଲେ । ଜଣେ କେହି ଆଗକୁ ଆସି କ୍ରୋଧ ପ୍ରକାଶ କରିବାର ଥିଲା । ଯାହା ମୁଁ ଆଜି ପ୍ରକାଶ କରୁଛି । ପ୍ରାୟ ୨ ବର୍ଷ ତଳୁ ମନ ସ୍ଥିର କରିସାରିଛି । ଦଳରେ ଆଉ ପୂର୍ବ ସ୍ଥିତି ନାହିଁ । ମୋ ବିରୁଦ୍ଧରେ ଚାର୍ଜଫ୍ରେମ ହେବା ଏକ ଦୁର୍ଭାଗ୍ୟଜନକ । ଲୋକଙ୍କୁ ପଚାରି ପରବର୍ତ୍ତୀ ନିଷ୍ପତ୍ତି ନେବି । ରାଜନୀତିରେ ରହିବି କି ନାହିଁ ଆଗକୁ ଜଣାପଡିବ ।

ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି ମହାତାବ । ମେଣ୍ଟ ନହେବା ଗଣତନ୍ତ୍ର ପାଇଁ ଶୁଭ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଏକ ପୁରୁଣା ମାମଲାରେ କଟକର ଜେଏମ୍ଏଫ୍ସି କୋର୍ଟରେ ଭର୍ତ୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା । ୨୦୧୧ ମସିହାରେ ତତ୍କାଳୀନ ଏସ୍ଆଇ ତଥା ବର୍ତ୍ତମାନର ଏସିପି ଅମିତାଭ ମହାପାତ୍ରଙ୍କୁ ଭର୍ତ୍ତୃହରି ମାଡ ମାରିବା ଅଭିଯୋଗ ରହିଥିଲା । ସେହି ମାମଲାର ତଦନ୍ତ ଚାଲିଥିଲା ଓ ଗୁରୁବାର ଭର୍ତ୍ତୃହରିଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ତାଙ୍କ ବିରୋଧରେ ଅଦାଲତରେ ଚାର୍ଜଫ୍ରେମ ହୋଇଥିଲା ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like