Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

“ବିଜେବି ଫ୍ରେଣ୍ଡସ “ର ବନ୍ଧୁ ମିଳନ

  • ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ସରଙ୍ଗୀ ଓ ଆଡଭୋକେଟ୍ ଜେନେରାଲ ଶ୍ରୀଯୁକ୍ତ ଅଶୋକ ପରିଜା ସମ୍ବର୍ଦ୍ଧିତ

ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ ” ର ବନ୍ଧୁ ମିଳନ ରବିବାର ଡିସେମ୍ବର 17 ତାରିଖ ଦିନ ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଛି। ରବିବାର ସକାଳେ ବକ୍ସି ଜ୍ୟୋତି କଲେଜ ପ୍ରାଙ୍ଗଣରେ ପହଂଚିବା ପରେ ବକ୍ସି ଜଗବନ୍ଧୁ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଇଥିଲା। ତତ୍ପରେ ଉପସ୍ଥିତ ପୂରାତନ ଛାତ୍ର ତଥା ଓଡିଶା ସରକାରଙ୍କ ବିଜ୍ଞାନ ଓ କରିଗରୀ ବିଭାଗ ମନ୍ତ୍ରୀ, ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ସରଙ୍ଗୀ, ଓଡ଼ିଶା ସରକାର ଙ୍କର ଆଡଭୋକେଟ୍ ଜେନେରାଲ ଶ୍ରୀ ଅଶୋକ କୁମାର ପରିଜା, ସାଂସଦ ଶ୍ରୀ ଅମର ପଟ୍ଟନାୟକ, ରିଜର୍ଭ ବ୍ୟାଙ୍କ ର ପୂର୍ବତନ ଡେପୁଟି ଗଭର୍ଣ୍ଣର ହାରୁନ୍ ରଶିଦ୍ ଖାନ୍ , ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ ପ୍ରମୁଖ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା |

ପ୍ରାରମ୍ଭ ରେ ସଙ୍ଘ ର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୂପାଳ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଜେବି କଲେଜ ମଧ୍ୟ ତାଙ୍କ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ସରଙ୍ଗୀ, ଓଡ଼ିଶା ସରକାର ଙ୍କର ଆଡଭୋକେଟ୍ ଜେନେରାଲ ଶ୍ରୀ ଅଶୋକ କୁମାର ପରିଜା ମହୋଦୟ ଙ୍କୁ ସେମାନଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥିସହିତ ଚଳିତ ବର୍ଷ ବିଜେବି କଲେଜର କଳା, ବିଜ୍ଞାନ ଓ ବାଣିଜ୍ୟ ରେ ସର୍ବାଧିକ ମାର୍କ ରଖିଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଲ ରାଉଣ୍ଡର ଭାବେ ଛାତ୍ର ବିଶାଲ ପରିଜା ଖଣ୍ଡପଡା ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ଡିସେମ୍ବର ୨ ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ସଙ୍ଘ ର ସୋଭେନର-୨୦୨୩ ଉନ୍ମୋଚିତ ହୋଇଥିଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଜେବି ଫ୍ରେଣ୍ଡସ ର ଉପ ସଭାପତି ଶ୍ରୀ ରାଜ କିଶୋର ଚୌଧୁରୀ, ଶ୍ୟାମସୁନ୍ଦର ପଟ୍ଟନାୟକ, କେଦାର ପଟ୍ଟନାୟକ, ବରିଷ୍ଠ ଆଇନଜୀବି ମନୋଜ ମିଶ୍ର , ଶିବାନନ୍ଦ ରାୟ , ଆଶୋକ ପଟ୍ଟନାୟକ, ଚିତ୍ରା କାନୁନଗୋ,ସିଦ୍ଧାର୍ଥ ଶେଖର ସିଂହ, ଶୁଭଦର୍ଶିନୀ ମିଶ୍ର, ସିନି ମହାନ୍ତି, ପିଙ୍କି ପ୍ରଧାନ ଓ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ପୁଣି ଥରେ କଲେଜ ର ସେଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like