Connect with us

Hi, what are you looking for?

Uncategorized

ଭାରତରେ ହାଇସ୍ପିଡ୍‍ ଆଲୁମିନିୟମ୍‍ ରେଳ କୋଚ୍‍ ପାଇଁ ହାଇ-ପ୍ରିସିସନ୍‍ ଏକ୍ସଟ୍ରଡେଡ୍‍ ଉତ୍ପାଦ ନିର୍ମାଣ ସକାଶେ ଇଟାଲୀୟ କମ୍ପାନୀ ମେଟ୍ରା ସହିତ ହାତ ମିଳାଇଲା ହିଣ୍ଡାଲ୍‍କୋ

ଭୁବନେଶ୍ୱର: ଭାରତକୁ ଅଧୁନାତମ ଆଲୁମିନିୟମ୍‍ ଏକ୍ସଟ୍ରସନ୍‍ ପ୍ରଯୁକ୍ତି ଆଣିବା ଯୋଜନା ରେଳ କୋଚ୍‍ ନିର୍ମାଣରେ ଏକ୍ସଟ୍ରଡେଡ୍‍ ଆଲୁମିନିୟମ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ ହାଲୁକା ଆଲୁମିନିୟମ ଟ୍ରେନ୍‍ ବେଗ ବୃଦ୍ଧି, ଅଙ୍ଗାରକ ନିର୍ଗମନ ହ୍ରାସ ଘଟାଇଥାଏ ସୁନ୍ଦର ଡିଜାଇନ, ରେଳ ଯାତ୍ରାକୁ ବିଶ୍ୱଶ୍ରେଣୀର ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରୁଛି ଘରୋଇ ବିନିର୍ମାଣ ସାମର୍ଥ୍ୟରେ ଚମ୍ପିଆନ୍‍ ମୁମ୍ବଇ : ବିଶ୍ୱର ସର୍ବବୃହତ୍‍ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଷ୍ଟ୍ରକ୍‍ଚରଡ୍‍ ଏବଂ ମୂଲ୍ୟଯୁକ୍ତ ଆଲୁମିନିୟମ୍‍ ଏକ୍ସଟ୍ରସନ୍‍ ଉତ୍ପାଦନ କ୍ଷେତ୍ରର ବିଶେଷ ଜ୍ଞାନ ରହିଥିବା ଇଟାଲିସ୍ଥିତ ମେଟ୍ରା ଏସ୍‍ପିଏ ସହିତ ଏକ ପ୍ରଯୁକ୍ତିଗତ ସହଭାଗିତାରେ ଚୁକ୍ତି ସ୍ୱାକ୍ଷର କରିଛି । ଭାରତରେ ହାଇସ୍ପିଡ ରେଳ କୋଚ୍‍ ନିର୍ମାଣ ନିମନ୍ତେ ବୃହତ୍‍ ଆକାର ଆଲୁମିନିୟମ ଏକ୍ସଟ୍ରସନ୍‍ ଏବଂ ଫାବ୍ରିକେସନ ପ୍ରଯୁକ୍ତି ପ୍ରସ୍ତୁତି ଦିଗର ସମର୍ଥ କରାଇବାକୁ ଏହି ସହଭାଗିତା ଲକ୍ଷ୍ୟ ରଖିଛି, ଯେଉଁଥିରେ ଉନ୍ନତ୍ତତର ଘରୋଇ ବିନିର୍ମାଣ ସାମର୍ଥ୍ୟ ଗଢିତୋଳିବା କ୍ଷେତ୍ରରେ ଭାରତ ସରକାରଙ୍କ ଯୋଜନାବଦ୍ଧ ଲକ୍ଷ୍ୟକୁ ସାକାର କରିବାରେ ହିଣ୍ଡାଲ୍‍କୋର ଛାମୁଆ ଭୂମିକା ରହିବ । ଆଲୁମିନିୟମ ନିର୍ମାଣ କ୍ଷେତ୍ରରେ ହିଣ୍ଡାଲ୍‍କୋର ବିପୁଳ ଅଭିଜ୍ଞତା ଏବଂ ଆଲୁମିନିୟମ ଏକ୍ସଟ୍ରସନ୍‍, ମେସିନିଂ ଏବଂ ୱେଲ୍‍ଡିଂ କ୍ଷେତ୍ରରେ ମେଟ୍ରାର ସର୍ବାଧୁନିକ ଜ୍ଞାନକୌଶଳକୁ ସମ୍ମିଶ୍ରିତ କରି ଏହି ସହଯୋଗିତା ସମ୍ପ୍ରତି କେବଳ ୟୁରୋପ, ଚୀନ, ଜାପାନ ଏବଂ ଅନ୍ୟ ଅଳ୍ପକିଛି ରାଷ୍ଟ୍ରରେ ଉପଲବ୍ଧ ହେଉଥିବା ବିଶ୍ୱଶ୍ରେଣୀର ପ୍ରଯୁକ୍ତି ଭାରତକୁ ଆଣିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ହୋଇଛି । ଏହି ବୁଝାମଣା ବିଶ୍ୱର ସର୍ବବୃହତ ରେଳ ନେଟୱର୍କ ପରିଚାଳନା କରୁଥିବା ଭାରତୀୟ ରେଳବାଇର ଆକାଂକ୍ଷିତ ଉନ୍ନତିକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଦିଗରେ ହିଣ୍ଡାଲ୍‍କୋକୁ ଏକ ଉପଯୁକ୍ତ କ୍ଷେତ୍ର ଯୋଗାଇ ଦେଉଛି । “ଭାରତରେ ଯାତ୍ରୀବାହୀ ଟ୍ରେନ୍‍ଗୁଡିକ ନିମନ୍ତେ ନୂତନ ଯୁଗର ଆଲୁମିନିୟମ ଏକ୍ସଟ୍ରସନ୍‍ସ୍‍ ପ୍ରଚଳନ କରିବା ପାଇଁ ମେଟ୍ରା ସହିତ ହାତ ମିଳାଇବା ନେଇ ଆମେ ଆନନ୍ଦିତ ଅଛୁ,” ବୋଲି ସତୀଶ ପାଇ, ମ୍ୟାନେଜିଂ ଡାଇରେକ୍ଟର, ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ କହିଛନ୍ତି । “ବାଣିଜ୍ୟିକ ଯାନବାହନ, ମାଲ ପରିବହନକାରୀ ୱାଗନ୍‍, ବିଦ୍ୟୁତ୍‍ ଚାଳିତ ଯାନ ଏବଂ ଯାତ୍ରୀବାହୀ ଟ୍ରେନ୍‍ ପ୍ରାୟୋଗିକତା ନିମନ୍ତେ ଆଲୁମିନିୟମ୍‍ ବ୍ୟବହାର ନିମନ୍ତେ ଆମ ସାମର୍ଥ୍ୟ ଅନୁଯାୟୀ ଏହା କରାଯାଉଛି । ଆମର ସମ୍ମିଳିତ ବିଦ୍ୱତା ନିଃସନ୍ଦେହରେ ଏହି ଟ୍ରେନଗୁଡିକର କାର୍ଯ୍ୟଦକ୍ଷତା, ଦୀର୍ଘସ୍ଥାୟିତ୍ୱ ଏବଂ ଦୀର୍ଘକାଳୀନ ପ୍ରଦର୍ଶନରେ ବୃଦ୍ଧି ଘଟାଇବ ଏବଂ ଭାରତୀୟ ରେଳ ଶିଳ୍ପ ନିମନ୍ତେ ଏକ ନୂଆ ମାନକ ସ୍ଥାପନ କରିବ ।” ରେଳପଥ କ୍ଷେତ୍ରରେ ଏକ୍ସଟ୍ରଡେଡ୍‍ ଆଲୁମିନିୟମ୍‍ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି, କାରଣ ଏହା ଓଜନ ହ୍ରାସ କରିବା ସହିତ ଯାନ୍ତ୍ରିକ ସାମର୍ଥ୍ୟ ବୃଦ୍ଧି କରିଥାଏ । ପରିବହନ କ୍ଷେତ୍ର ନିମନ୍ତେ ଆଲୁମିନିୟମ ଏକ୍ସଟ୍ରସନ୍‍ ତିଆରି କ୍ଷେତ୍ରରେ ୬୦ ବର୍ଷର ଅଭିଜ୍ଞତା ଥିବା ମେଟ୍ରାର ଫାବ୍ରିକେସନ୍‍ ଏବଂ ରେଳପଥ ଏକ୍ସଟ୍ରସନ୍‍ କ୍ଷେତ୍ରରେ ସ୍ୱତନ୍ତ୍ର ଜ୍ଞାନ ରହିଛି ଏବଂ ସେଥିପାଇଁ ଏହି ଇଟାଲୀୟ କମ୍ପାନୀ ରେଳପଥଗୁଡିକ ନିମନ୍ତେ ହାଇ-ଏଣ୍ଡ୍‍ ସବ୍‍-ଆସେମ୍ବ୍ଲିଜ୍‍ର ଡିଜାଇନ ଓ ଯୋଗାଣ ସାମର୍ଥ୍ୟ ହାସଲ କରିଛି । “ହିଣ୍ଡାଲ୍‍କୋ ସହିତ ସହଭାଗୀତା ଆମର ଆଲୁମିନିୟମ ଏକ୍ସଟ୍ରସନ୍‍ ପ୍ରଯୁକ୍ତିର ସାମର୍ଥ୍ୟକୁ ଏକ ବୈଶ୍ୱିକ ମଞ୍ଚରେ ପ୍ରଦର୍ଶନ କରିବାର ଚମତ୍କାର ସୁଯୋଗ ପ୍ରଦାନ କରୁଛି,” ବୋଲି ଏନ୍‍ରିକୋ ଜାମ୍‍ପେଡ୍ରି, ସିଇଓ, ମେଟ୍ରା ଏସ୍‍ପିଏ ଅତ୍ୟନ୍ତ ଉତ୍ସାହର ସହିତ କହିଛନ୍ତି । “ସମ୍ମିଳିତ ଭାବରେ ଆମେ ଭାରତରେ ହାଇ-ସ୍ପିଡ ଟ୍ରେନ ନିର୍ମାଣ ପାଇଁ ଆଲୁମିନିୟମ ଏକ୍ସଟ୍ରସନ୍‍ର ପୁନଃ ସଂଜ୍ଞା ନିର୍ଦ୍ଧାରଣ କରିବାକୁ ଯାଉଛୁ, ଯେଉଁଥିରେ ଏ କ୍ଷେତ୍ରରେ ମଜଭୁତ ଇଟାଲୀୟ ବିଦ୍ୱତା ଏବଂ ଭାରତୀୟ ବଜାର ଜ୍ଞାନର ଏକ ଉତ୍ତମ ସମ୍ମିଶ୍ରଣ ସୃଷ୍ଟି ହେବ ।” ଭାରତୀୟ ରେଳ ବିଭାଗ ରେଳ ଲାଇନ ଏବଂ ଷ୍ଟେସନସମୂହ ଭଳି ମୌଳିକ ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତରଣ ଆଣିବା ପ୍ରକ୍ରିୟା ଜାରି ରଖିବା ସହିତ ହାଇ-ସ୍ପିଡ ଶୀତତାପ ନିୟନ୍ତ୍ରିତ ଯାତ୍ରୀବାହୀ ରେଳ ପ୍ରଚଳନ କରିବା ଦିଗରେ ପଦକ୍ଷେପ ନେଉଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like