Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର : ଓଡିଶା ଗସ୍ତରେ ଆସିବେ ଏଆଇସିସି ଅଧକ୍ଷ ମାଲକାର୍ଜୁନ ଖଡ଼ଗେ। ଜାନୁୟାରୀ 29 ତାରିଖରେ କଂଗ୍ରେସ ପକ୍ଷରୁ ଲୋୟର ପିଏମଜୀରେ ହେବାକୁ ଓଡିଶା ବଞ୍ଚାଓ ସମାବେଶ ଯୋଗଦେବେ । ଏହି ସମାବେଶରେ ଉଦବୋଧନ ଦେବେ ମାଲିକାଜୁର୍ଣ୍ଣ ଖଡ଼ଗେ।ସମାବେଶ ପରେ ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଆଇସିସି ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ସଭାପତିଙ୍କ ପ୍ରଥମ ଗସ୍ତ। ଆଜି ସାମ୍ବାଦିକ ସମିଳନୀ କରି ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏହାସହ ବିଜେଡି ସରକାରଙ୍କୁ ଟାର୍ଗେଟ କରି ପିସିସି ସଭାପତି କହିଛନ୍ତି ରାଜ୍ୟ ସରକାର ରାଜ୍ୟକୁ ଦରିଦ୍ର ରାଜ୍ୟ ଭାବରେ ପରିଣତ କରିସାରିଛନ୍ତି। ନିର୍ବାଚନ ଆଗରୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିନାହାନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନତାଙ୍କ ଭାବବେଗ ସହ ଖେଳ ଖେଳୁଛନ୍ତି। କେବଳ ଭୋଟ ଆସିଲେ ମହାପ୍ରଭୁ ଜଗନ୍ନାଥ ଏବଂ ମା ସମଲେଇଙ୍କ କଥା ମାନେ ପଡେ ବୋଲି କହିଛନ୍ତି ପିସିସି ସଭାପତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like