Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ରେଳ ସେବା କ୍ଷେତ୍ରରେ“ମୋଦି ସରକାରଙ୍କ ଗ୍ୟାରେଂଟି”, ସର୍ବାଧିକ ଲାଭାନ୍ୱିତ ଓଡ଼ିଶା: ମନମୋହନ ସାମଲ

ଭୁବନେଶ୍ୱର, ତା.୨୬/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯାହାର ଶିଳାନ୍ୟାସ କରନ୍ତି ତାହାର ଶୁଭ ଉଦ୍‌ଘାଟନ ମଧ୍ୟ କରିଥାନ୍ତି । ମୋଦିଜୀ ଶାସନକୁ ଆସିବା ପରେ ଭାରତୀୟ ରେଳରେ ଆଧୁନିକୀକରଣ ଓ ଦ୍ରୁତ ରେଳସେବା ନିମନ୍ତେ ସଂକଳ୍ପ ନେଇଛନ୍ତି । ମୋଦିଜୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୪୧ହଜାର କୋଟି ବ୍ୟୟରେ ସାରା ଦେଶରେ ୫୫୪ଟି ରେଳ ଷ୍ଟେସନର ପୁନର୍ବିକାଶ ଏବଂ ୧୫ଶହ ରୋଡ୍ ଓଭର ବ୍ରିଜ୍‌, ଅଣ୍ଡରପାସ୍‌ର ଶିଳାନ୍ୟାସ ଉଦ୍‌ଘାଟନ କରିଛନ୍ତି । ଦେଶ ଆଜି ଯାହା ବି କରୁଛି, ତାହା ଦୃତଗତିରେ କରୁଛି । ଆମେ ବଡ ସ୍ୱପ୍ନ ଦେଖୁଛୁ ଏବଂ ତାହାକୁ ସାକାର କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛୁ । ଏହି ସଂକଳ୍ପ “ବିକଶିତ ଭାରତ ବିକଶିତ ରେଳସେବା” କାର୍ଯ୍ୟକ୍ରମରେ ଦୃଶ୍ୟମାନ ହେଉଛି । “ଅମୃତ ଭାରତ ଷ୍ଟେସନ ଉଭୟ ବିକାଶ ଏବଂ ଐତିହ୍ୟର ପ୍ରତୀକ” । ସେହିପରି ଓଡ଼ିଶାରେ ୨୧ଟି ଷ୍ଟେସନ ଯଥା-ରାୟଗଡା, ଭଦ୍ରକ, ବାଲେଶ୍ୱର, ଟିଟିଲାଗଡ ଜଙ୍କ୍‌ସନ୍‌, କେସିଙ୍ଗା, କୋରାପୁଟ ଜଙ୍କ୍‌ସନ୍‌, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ୍‌, ଜୟପୁର, ରଘୁନାଥପୁର, ବେଲପାହାଡ, ପାରାଦୀପ, ପାନପୋଷ, ବେତନଟି, ତାଳଚେର, ପାରଳାଖେମୁଣ୍ଡି, କେନ୍ଦୁଝରଗଡ, ବିମଳାଗଡ, ଜରୋଲି, ରାଇରଙ୍ଗପୁର ଓ ବ୍ରଜରାଜ ନଗର ପୁନର୍ବିକାଶ ଓ ୫୨ଟି ସ୍ଥାନରେ ରେଲୱେ ଅଣ୍ଡରପାସ୍‌/ ଓଭରବ୍ରିଜର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ରୁଫ୍ ପ୍ଳାଜା, ସପିଙ୍ଗ୍ ଜୋନ୍‌, ଫୁଡ୍ କୋର୍ଟ, ପିଲାମାନଙ୍କ ଖେଳ ପରିସର, ଭିନ୍ନ ଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ବହୁସ୍ତରୀୟ ପାର୍କିଙ୍ଗ, ଲିଫ୍ଟ, ଏସ୍କାଲେଟର୍‌, ଏକ୍‌ଜିକ୍ୟୁ ଇତ୍ୟାଦି ନୂତନ ସୁବିଧା ଯୋଡି ସିଟି ସେଂଟରର ପୁନର୍ବିକାଶ କରିଛନ୍ତି । ଐତିହାସିକ ପଦକ୍ଷେପ ତଥା ଓଡିଶାରେ ରେଳ ନବୀକରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗ୍ରାଧିକାର ଦେଉଥିବାରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଭାରତୀୟ ରେଳରେ ଆବଶ୍ୟକୀୟ ନବୀକରଣକୁ ପୂର୍ବବର୍ତୀ ସରକାର ସେଭଳି ବିଶେଷ ଗୁରୁତ୍ୱ ନଦେବା ଓ ଓଡ଼ିଶାକୁ ଅବହେଳା କରିବା, ଓଡ଼ିଶାବାସୀଙ୍କୁ ମର୍ମାହତ କରିଥିଲା । ଦେଶର ପ୍ରତ୍ୟେକ ପ୍ରାନ୍ତର ଉନ୍ନତୀକୁ ଅଗ୍ରାଧିକାର ଦେଉଥିବା ମୋଦି ସରକାର ରେଳ ନବୀକରଣର ସ୍ୱପ୍ନକୁ ସାକାର କରିବାରେ ସକ୍ଷମ ହୋଇଛି “ମୋଦି ସରକାରଙ୍କ ଗ୍ୟାରେଂଟି” ମାଧ୍ୟମରେ । ଆଜିର ଦିବସ/ “୨୬ ଫେବୃୟାରୀ, ୨୦୨୪” ରେଳ ସେବା ଇତିହାସରେ ଏକ ସ୍ୱର୍ଣ୍ଣିମ ତଥା ଐତିହାସିକ ଦିବସଭାବେ ଲିପିବଦ୍ଧ ହୋଇ ରହିବ । ଭାରତୀୟ ରେଳ ଦେଶରେ ଗମନା ଗମନ ଓ ପରିବହନ କ୍ଷେତ୍ରରେ ମୁଖ୍ୟ ଆଧାର ପାଲଟିବା ସହିତ, ଦେଶବାସୀଙ୍କ ବଡ ବଡ ସ୍ୱପ୍ନକୁ ବାସ୍ତବତାର ରୂପ ଦେବାରେ ସକ୍ଷମ ହୋଇଛି ଏହି “ମୋଦି ସରକାରଙ୍କ ଗ୍ୟାରେଂଟି” ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହା ସହିତ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ ନିର୍ମିତ ପ୍ରକଳ୍ପ ସ୍ଥାନରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ପ୍ରତିନିଧି ଓ ମାନ୍ୟଗଣ୍ୟ ନେତୃବୃନ୍ଦମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like