Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ, ଗଜପତିଙ୍କୁ ଭେଟିବ ବିଜେପି ଟିମ

 ରତ୍ନଭଣ୍ଡାର କମିଟି ତୁରନ୍ତ ଗଠନ କରି ରତ୍ନଭଣ୍ଡାର ଖୋଲାଯାଉ
 ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କାହିଁକି କମିଟି ଗଠନ କରିନାହାନ୍ତି ରାଜ୍ୟ ସରକାର?

ଭୁବନେଶ୍ୱର,ତା.୧୬/୧୦: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ବାରମ୍ବାର ଦାବି କରାଯାଉଛି । ଶ୍ରୀମନ୍ଦିର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା, କିନ୍ତୁ ରତ୍ନଭଣ୍ଡାର କଥାକୁ ଭୁଲି ଯାଇ ପରିଚାଳନା କମିଟି “ଡ୍ରେସ କୋର୍ଡ”କୁ ଗୁରୁତ୍ୱ ଦେଉଛନ୍ତି । ଗତ ଅଗଷ୍ଟ ୪ତାରିଖରେ କମିଟି ଗଠନ ପାଇଁ ରିଜଲ୍ୟୁସନ କରାଯାଇଥିଲା ଓ ସେପ୍ଟେମ୍ବର ୨୯ରେ ହାଇକୋର୍ଟ ଶ୍ରୀମନ୍ଦିର କମିଟି ଗଠନ ନିର୍ଦ୍ଦେଶ ଦେଇଥିଲେ ଏବଂ ବାରମ୍ବାର ଗଣମାଧ୍ୟମରେ ରତ୍ନଭଣ୍ଡାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ଦୃଢ଼କ୍ତି ପ୍ରକାଶ କରୁଛନ୍ତି । କାହିଁକି ଏଯାଏଁ କମିଟି ଗଠନ କରାଯାଇ ନାହିଁ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ୪୫ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇ ନାହିଁ । ଏନେଇ ଓଡ଼ିଶାବାସୀଙ୍କ ମନରେ ଦ୍ୱନ୍ଦ୍ୱ ଆସୁଛି, ଏହାକୁ ଯଥାଶୀଘ୍ର ଦୂର କରାଯାଉ । ଏହାଛଡା ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର କହିସାରିଛନ୍ତି । ରତ୍ନଭଣ୍ଡାର ପାଇଁ କାହିଁକି କମିଟି ଗଠନ ହେଉନାହିଁ? ଓଡ଼ିଶାର ଦୁଇଜଣ ବରପୁତ୍ର ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଚିଫ୍ ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜି.ବି. ପଟ୍ଟନାୟକ ମୁଖ୍ୟ ବିଚାରପତି ଭାବେ ସୁନାମ ଅର୍ଜନ କରିଛନ୍ତି । ଶ୍ରୀମନ୍ଦିର କମିଟି ତୁରନ୍ତ ସେମାନଙ୍କ ନେତୃତ୍ୱରେ ରତ୍ନଭଣ୍ଡାର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରତ୍ନଭଣ୍ଡାର ଖୋଲିଲେ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀମାନଙ୍କ ଦ୍ୱନ୍ଦ୍ୱ ଦୂର ହେବ । ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଯଥାଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ବିଜେପି ପ୍ରତିନିଧିମଣ୍ଡଳୀ ଭେଟି ସମସ୍ତ କଥା ବିସ୍ତୃତଭାବେ ଆଲୋଚନା କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like